Masthead

ରାଜ୍ୟରେ ୯୪୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନାରେ ଲାଗୁନି ବ୍ରେକ । ଦିନକୁ ଦିନ ରାଜ୍ୟରେ କରୋନାର କାୟା ବିସ୍ତାର ହେବାରେ ଲାଗିଛି । ପ୍ରତିଦିନ ଗଡ଼ୁଛି ମୁଣ୍ଡ । ୨୪ ଘଣ୍ଟା ମଧ୍ୟରେ କରୋନା ନେଇଛି ୧୬ଜଣଙ୍କ ମୁଣ୍ଡ । ବାଲେଶ୍ୱର ଜିଲ୍ଲାରୁ ୪ଜଣ, ଖୋର୍ଦ୍ଧାରୁ ୩ଜଣ, କଟକରୁ ୨ଜଣ, ଅନୁଗୁଳ, ବୌଦ୍ଧ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ ଏବଂ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି ।

ଆଜି ୩୦ ଜିଲ୍ଲାରୁ ୨୬୭୩ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫୫୪, ସ୍ଥାନୀୟ ଅଞ୍ଚଳରୁ ୧୧୧୯ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୪୮ , କଟକରୁ ୨୧୪, ନୂଆପଡ଼ାରୁ ୧୫୧୫, ଅନୁଗୁଳରୁ ୧୨୬, ପୁରୀରୁ ୧୨୬, ମୟୁରଭଞ୍ଜରୁ ୧୦୦, ଭଦ୍ରକରୁ ୯୭, ବଲାଙ୍ଗୀରର ୯୩, ଯାଜପୁର ଏବଂ ସୁନ୍ଦରଗଡ଼ରୁ ୮୮, ଷ୍ଟେଟପୁଲ ୮୬, ସମ୍ବଲପୁର ୬୩, ନବରଙ୍ଗପୁର ୭୨, ବାଲେଶ୍ୱର ୭୦, ବରଗଡ଼,ଜଗତସିଂହପୁର ଓ ଝାରସୁଗୁଡାରୁ ୬୮, କେନ୍ଦୁଝର ୫୧, ଗଞ୍ଜାମ ଓ କନ୍ଧମାଳରୁ ୪୪, କୋରାପୁଟରୁ ୩୯, ନୟାଗଡ଼ରୁ ୩୫, ମାଲକାନଗିରିରୁ ୩୨, ଦେବଗଡ଼ ୧୮, ବୌଦ୍ଧ ୧୩, ଗଜପତି ଏବଂ ରାୟଗଡ଼ାରୁ ୧୧ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୩୫୨୪୨୪୨ଟି ସାମ୍ପୁଲ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମୋଟ୍ ୨,୩୮୦୦୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୦୬୧୦ଟି ଆକ୍ଟିଭ କେସ୍ ଥିବାବେଳେ ୨୦୬୪୦୦ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ