Masthead

ଜୋ ବାଇଡେନଙ୍କ ଅପେକ୍ଷା କମଲା ହାରିସଙ୍କୁ ହରାଇବା ସହଜ ହେବ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜୋ ବାଇଡେନ୍‌ଙ୍କ ଉପରେ ବର୍ଷିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ । ରାଷ୍ଟ୍ରପତି ପଦ ପାଇଁ ବାଇଡେନ୍‌ ଯୋଗ୍ୟ ନ ଥିଲେ ବୋଲି ଟ୍ରମ୍ପ କହିଛନ୍ତି । ମିଛ ଓ ମିଥ୍ୟା ଖବର ଆଧାରରେ ସେ ରାଷ୍ଟ୍ରପତି ପଦ ପାଇଥିଲେ । ତାଙ୍କ ପାଖ ଲୋକ ଜାଣନ୍ତି ସେ ରାଷ୍ଟ୍ରପତି ପଦ ପାଇଁ ଫିଟ୍‌ ନୁହନ୍ତି । ଦେଖନ୍ତୁ ଆଜି ଦେଶର ସ୍ଥିତିକୁ ସେ କେଉଁ ସ୍ତରରେ ପହଞ୍ଚାଇଛନ୍ତି । ସୀମା ଖୋଲାମେଲା, ସମସ୍ତେ ଦେଶ ଭିତରକୁ ପଶି ଆସୁଛନ୍ତି । ତାଙ୍କ ପାଇଁ ଦେଶବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ ।

ବାଇଡେନ ନିର୍ବାଚନ ଦୌଡ଼ରୁ ବାହାରିବାର କିଛି ମିନିଟ ପରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି,  ଜୋ ବାଇଡେନଙ୍କ ଅପେକ୍ଷା କମଲା ହାରିସଙ୍କୁ ପରାସ୍ତ କରିବା ସହଜ ହେବ।ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍‌’ରେ କହିଛନ୍ତି, ବାଇଡେନ ଆମେରିକାର ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି। ବାଇଡେନ ଭାରି ଚତୁର ଏବଂ ରାଷ୍ଟ୍ରପତି ନିର୍ବାଚନ ପାଇଁ ସେ ଯୋଗ୍ୟ ନୁହନ୍ତି। ବାଇଡେନଙ୍କ ଅପେକ୍ଷା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପରାସ୍ତ କରିବା ସହଜ ହେବ। ସେହପିରି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଟ୍ରମ୍ପ ଜୁନିଅର କମଲା ହାରିସଙ୍କୁ ବାଇଡେନଙ୍କ ଅପେକ୍ଷା କମ ଦକ୍ଷ ବୋଲି କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ