Masthead

ହାପି ବାର୍ଥ ଡେ’ ପୂଜା

ବଡ଼ ଖବର ବ୍ୟୁରୋ: ସାଉଥ ଜଗତର ନାମୀ ଦାମୀ ହିରୋଇନ୍ ହେଉଛନ୍ତି ଅଭିନେତ୍ରୀ ପୂଜା ହେଗଡେ । ତାଙ୍କ ଲୁକ୍ ଯେମିତି ଦମଦାର ସନେମାରେ ତାଙ୍କ ଅଭିନୟ ମଧ୍ୟ ସେତିକି ଦମଦାର । ଅନେକ ସୁପରଷ୍ଟାରଙ୍କ ସହ ସ୍କ୍ରିନ୍ ସେୟାର କରି ଏବେ ସେ ବେଶ୍ ସଫଳତାର ସହ ଆଗକୁ ବଢି ଚାଲିଛନ୍ତି । ତେବେ ଆଜି ହେଉଛି ପୂଜା ହେଗେଡେଙ୍କର ଜନ୍ମଦିନ । ସେ ଆଜି ତାଙ୍କର ୩୧ ତମ ଜନ୍ମଦିନ ସେଲିବ୍ରେଟ୍ କରିଛନ୍ତି । ତାଙ୍କର ଏହି ସ୍ପେସିଆଲ୍ ଡେ ରେ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ନାମୀ ଦାମୀସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସୋସିଆଲ ମିଡିଆରେ ୱିଶ୍ ଜଣାଇଛନ୍ତି ।

ତେବେ ପୂଜା ହେଗେଡେ କେବଳ ସାଉଥ ନୁହେଁ ବଲିଉଡରେ ବି ନିଜ ଜଲୱା ଦେଖାଇ ସାରିଛନ୍ତି । ତାମିଲ୍ ଫିଲ୍ମରୁ ନିଜ ଅଭିନୟ ଆରମ୍ଭ କରିଥିବା ପୂଜା ପ୍ରଥମେ ୨୦୧୨ରେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ପ୍ରଥମେ ଏକ ତାମିଲ୍ ଫିଲ୍ମ କରିବା ପରେ ୧୦୧୪ରେ ସେ ତେଲୁଗୁ ଇଣ୍ଡଷ୍ଟ୍ରିରେ ବି ନିଜ ଡେବ୍ୟୁ କରିଥିଲେ । ସୁପରଷ୍ଟାର ନାଗ ଚୈତନ୍ୟଙ୍କ ଅପୋଜିଟ୍ ସେ ନଜର ଆସିଥିଲେ । ପରେ ପରେ ତାଙ୍କୁ ବଲିଉଡ ମୁଭି ‘ମହେନଯୋଦାରୋ’ ରେ ବି ଦେଖିବାକୁ ମିଳିଥିଲା । ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ସହ ତାଙ୍କ ଯୋଡି ବେଶ୍ ଜମିଥିଲା । ଏହି ଫିଲ୍ମଟି ସୁପରହିଟ୍ ହେବା ପରେ ସେ ଆଉ ବଲିଉଡରେ ନଜର ଆସ ନଥିଲେ । ତାଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ତେଲୁଗୁ ମୁଭିି ଗୁଡିକରେ ଦେଖିବାକୁ ମିଳୁଥିଲା । ତେଲୁଗୁ ଫିଲ୍ମ ଦୁନିଆରେ ସଫଳତା ପାଇବା ପରେ ଏବେ ତାଙ୍କ ହାତରେ ରହିଛି ଅନେକ ଗୁଡିଏ ବିଗ୍ ବଜେଟ୍ ସିନେମା । ରାଧେ ଶ୍ୟାମ୍, ସର୍କସ, ବିଷ୍ଟ୍, ଆଚାର୍ଯ୍ୟ, ମୋଷ୍ଟ୍ ଏଲିଜିବୁଲ୍ ବ୍ୟାଚଲର ଭଳି କିଛି ବିଗ୍ ବଜେଟ୍ ମୁଭିରେ ସେ ଆଗକୁ ନଜର ଆସିବେ ।

ଶେଷଥର ପାଇଁ ପୂଜା ଅଲ୍ଲୁ ଅର୍ଜୁନଙ୍କ ସହ ସୁପରହିଟ୍ ଫିଲ୍ମ ‘ଆଲା ବୈକୁଣ୍ଠପୁରମୁଲୁ’ ରେ ନଜର ଆସିଥିଲେ । ଏହି ଫିଲ୍ମର କାହାଣୀ ସହ ସଙ୍ଗ୍ ଗୁଡିକ ମଧ୍ୟ ସୁପରହିଟ୍ ହୋଇଥିଲା ବକ୍ସ ଅଫିସରେ । ନିକଟରେ ପୂଜାଙ୍କର ଅପକମିଙ୍ଗ ଫିଲ୍ମ ‘ମୋଷ୍ଟ୍ ଏଲିଜିବୁଲ୍ ବ୍ୟାଚଲ’ ମଧ୍ୟ ରିଲିଜ୍ ହେବାକୁ ଯାଉଛି । ଏଥିରେ ତାଙ୍କୁ ଅକ୍ଷିଲ୍ ଅକିନେନୀଙ୍କ ବିପକ୍ଷରେ ଦେଖିବାକୁ ମିଳିବ । ଏହି ମୁଭିକୁ ନେଇ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ବେଶ୍ ଏକ୍ସସାଇଟେଟ୍ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ