Masthead

ଟନେଲ ଦୁର୍ଘଟଣାର ହେବ ଅଡିଟ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନେ କି ଦୁଇ ଦିନ ନୁହେଁ ପୂରା ୧୭ ଦିନ । କେମିତି ବିତିଥିଲା ସେହି ରାତି, କେମିତି କଟିଲା ସେସବୁ ଅନ୍ଧାରୀ ଦିନ । ତାହା କେବଳ ସେହି ଶ୍ରମିକ ମାନେ ହିଁ ଜାଣନ୍ତି । ଏହି ୧୭ ଦିନ ଭିତରେ ସମସ୍ତେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିଜ ସାମର୍ଥ୍ୟ ଲଗାଇ ଦେଇଥିଲେ । ତେବେ ଏହି ଦୁର୍ଘଟଣା କାହିଁକି ହେଲା ଏହାର ହେବ ଅଡିଟ୍ । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ଘଟଣା ଅନେକ କିଛି ଶିଖାଇଛି । ଏହାର ସେଫଟି ଅଡିଟ୍ କରାଯିବ ।

ଘଟଣା କିପରି ଘଟିଲା ଅନୁଧ୍ୟାନ ହେବ । ଟନେଲ୍ କାମରେ ଅଧିକ ଗୁରୁତ୍ୱ ଦିଆଯିବ । ଏଭଳି ପ୍ରଥମ ଥର ପାଇଁ ଘଟିଛି । ଆଗକୁ ଯେପରି ଏମିତି ହେବନି ଧ୍ୟାନ ଦେବାକୁ ହେବ ବୋଲି କହିଛନ୍ତି ନୀତିନ ଗଡ଼କରୀ । ଏହାସହ ୧୭ ଦିନ ପରେ ଟନେଲ ଭିତରୁ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେନେଇ ଖୁସି ବ୍ୟକ୍ତ କରିଛନ୍ତି ନୀତିନ ଗଡ଼କରୀ । ଉଦ୍ଧାର ଶ୍ରମିକଙ୍କୁ ଶୁଭକାମନା ଓ ଶୁଭେଚ୍ଛା ଜଣାଇବା ସହ ଉଦ୍ଧାର କାର୍ୟ୍ୟରେ ସାମିଲ ସମସ୍ତ ଏଜେନ୍ସିକୁ ଧନ୍ୟବାଦ ଜଣାଇଛନ୍ତି । ତେବେ ୧୭ ଦିନ ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ଅନ୍ଧାରୀ ଟନେଲରୁ ଫେରିଛି ଜୀବନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ