ଚୀନ ସହ ଆଲୋଚନା ବିଫଳ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ଓ ଚୀନ ମଧ୍ୟରେ ଗତ ମେ’ ମାସରୁ ସୀମା ବିବାଦ ଲାଗିରହିଛି । ନିୟନ୍ତ୍ରଣ ରେଖା ତଥା ଏଲଓସିରେ ଦୀର୍ଘଦିନ ଧରି ଉଭୟ ପକ୍ଷରୁ ସେନା ମୁତୟନ ହୋଇଛନ୍ତି । ଦୁଇ ଦେଶ ଭିତରେ ଅନେକ ଥର ଆଲୋଚନା ହେବା ପରେ ମଧ୍ୟ କୌଣସି ବାଟ ଫିଟି ପାରିନାହିଁ । ଭାରତୀୟ ସେନା ଲଦାଖରେ ପୂର୍ବଭଳି ସଜାଗ ରହିଛି । ଏହାରି ଭିତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ ବୟାନ ଦେଇଛନ୍ତି ।

ସେ କହିଛନ୍ତି ଚୀନ ସହ ହୋଇଥିବା ସମସ୍ତ ଆଲୋଚନା ବିଫଳ ହୋଇଛି, କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଏବେ ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏଭଳି ସ୍ଥିତିରେ ସୀମାରେ ଅଧିକରୁ ଅଧିକ ସୈନିକ ନିୟୋଜିତ କରିବାର ଆବଶ୍ୟକତା ରହିଛି । ସେ ଆହୁରି କହିଛନ୍ତି ଦୁଇ ଦେଶ ମଧ୍ୟରେ ସେନା ଓ ରାଜନୈତିକ ସ୍ତରୀୟ ଆଲୋଚନା ପାଇଁ ପ୍ରୟାସ ଜାରି ରହିଛି । ଅନ୍ୟପଟେ ଚୀନ ସୀମାରେ ନିୟୋଜିତ ସେନାମୁଖ୍ୟଙ୍କୁ ବଦଳି କରିଥିବା ବେଳେ ଚଳିତ ମାସରେ ଶେଷ ଥର ପାଇଁ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’