Masthead

ଟନେଲ ଭିତରେ ବିତିଲାଣି ୧୬ ଦିନ, ଅନ୍ଧାର ଭିତରେ ଜୀବନ ସହ ସଂଘର୍ଷ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟନେଲ ଭିତରେ ବିତିଲାଣି ୧୬ ଦିନ । ଅନ୍ଧାର ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ୪୧ ଶ୍ରମିକ । ରବିବାରଠାରୁ ସୁଡଙ୍ଗର ଉପରପଟୁ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି । ଭଗ୍ନାବଶେଷ ଦେଇ ଯେଉଁ ହୋରାଇଜେଂଟାଲ ଅର୍ଥାତ ସମାନ୍ତରାଳ ଖନନ ଚାଲିଥିଲା ତାକୁ ସାମୟିକ ଅଟକାଇ ଦିଆଯାଇଛି । କାରଣ ଉଭୟପଟୁ ଡ୍ରିଲିଂ କଲେ ସୁଡଙ୍ଗ ଧସିବାର ଆଶଙ୍କା ବି ରହିଛି । ସୁଡ଼ଙ୍ଗ ଭିତରେ ରହିଛନ୍ତି ଓଡ଼ିଶାର ୫ ଜଣ ଶ୍ରମିକ । ପ୍ରତିଦିନ ରେସ୍କ୍ୟୁ ଅପରେସନ୍ ରେ ଉପୁଜୁଛି ନୂଆ ଚ୍ୟାଲେଞ୍ଜ, ନୂଆ ବାଧା । ଗତକାଲି ପୁଣି ଥରେ ଡ୍ରିଲିଂ ମେସିନ୍ ଖରାପ ହେଇଯିବା ପରେ ଭାରତୀୟ ସେନା ପକ୍ଷରୁ ମାନୁଆଲ୍ ଅର୍ଥାତ ହାତରେ ଖୋଳା କାମକୁ ଜାରି ରଖିଛନ୍ତି । ସେପଟେ ଉପର ପଟୁ ହେଉଥିବା ଡ୍ରିଲିଂ ୧୯ ମିଟର୍ ଖୋଳି ସାରିଲାଣି । ସୁଡଙ୍ଗ ଭିତର ଯାଏଁ ପହଁଚିବାକୁ ହେଲେ ୮୬ ମିଟର ଡ୍ରିଲିଂ ଦରକାର । ତାପରେ ଷ୍ଟିଲରେ ତିଆରି ଟନେଲର ବାହାର ଅଂଶକୁ କାଟିବାକୁ ପଡିବ । ଏହି ପ୍ରକ୍ରିୟା ପାଇଁ ଅତି କମରେ ୪ ଦିନ ସମୟ ଲାଗିବ ବୋଲି ଆକଳନ କରାଯାଉଛି । ସେହିପରି ଟନେଲର ଆରପଟ ଅର୍ଥାତ ବାରକୋଟ୍ ପଟୁ ଡ୍ରିଲିଂ ଚାଲୁ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ