Masthead

ଟନେଲ ଭିତରେ ବିତିଲାଣି ୧୬ ଦିନ, ଅନ୍ଧାର ଭିତରେ ଜୀବନ ସହ ସଂଘର୍ଷ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟନେଲ ଭିତରେ ବିତିଲାଣି ୧୬ ଦିନ । ଅନ୍ଧାର ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ୪୧ ଶ୍ରମିକ । ରବିବାରଠାରୁ ସୁଡଙ୍ଗର ଉପରପଟୁ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି । ଭଗ୍ନାବଶେଷ ଦେଇ ଯେଉଁ ହୋରାଇଜେଂଟାଲ ଅର୍ଥାତ ସମାନ୍ତରାଳ ଖନନ ଚାଲିଥିଲା ତାକୁ ସାମୟିକ ଅଟକାଇ ଦିଆଯାଇଛି । କାରଣ ଉଭୟପଟୁ ଡ୍ରିଲିଂ କଲେ ସୁଡଙ୍ଗ ଧସିବାର ଆଶଙ୍କା ବି ରହିଛି । ସୁଡ଼ଙ୍ଗ ଭିତରେ ରହିଛନ୍ତି ଓଡ଼ିଶାର ୫ ଜଣ ଶ୍ରମିକ । ପ୍ରତିଦିନ ରେସ୍କ୍ୟୁ ଅପରେସନ୍ ରେ ଉପୁଜୁଛି ନୂଆ ଚ୍ୟାଲେଞ୍ଜ, ନୂଆ ବାଧା । ଗତକାଲି ପୁଣି ଥରେ ଡ୍ରିଲିଂ ମେସିନ୍ ଖରାପ ହେଇଯିବା ପରେ ଭାରତୀୟ ସେନା ପକ୍ଷରୁ ମାନୁଆଲ୍ ଅର୍ଥାତ ହାତରେ ଖୋଳା କାମକୁ ଜାରି ରଖିଛନ୍ତି । ସେପଟେ ଉପର ପଟୁ ହେଉଥିବା ଡ୍ରିଲିଂ ୧୯ ମିଟର୍ ଖୋଳି ସାରିଲାଣି । ସୁଡଙ୍ଗ ଭିତର ଯାଏଁ ପହଁଚିବାକୁ ହେଲେ ୮୬ ମିଟର ଡ୍ରିଲିଂ ଦରକାର । ତାପରେ ଷ୍ଟିଲରେ ତିଆରି ଟନେଲର ବାହାର ଅଂଶକୁ କାଟିବାକୁ ପଡିବ । ଏହି ପ୍ରକ୍ରିୟା ପାଇଁ ଅତି କମରେ ୪ ଦିନ ସମୟ ଲାଗିବ ବୋଲି ଆକଳନ କରାଯାଉଛି । ସେହିପରି ଟନେଲର ଆରପଟ ଅର୍ଥାତ ବାରକୋଟ୍ ପଟୁ ଡ୍ରିଲିଂ ଚାଲୁ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ