Masthead

ଦ୍ବିତୀୟ ଟି-20 ଜିତିଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତର ଲଗାତାର ଦ୍ୱିତୀୟ ବିଜୟ । ଅଷ୍ଟ୍ରେଲିଆକୁ ୪୪ ରନ୍‌ରେ ହରାଇଲା ଭାରତ। ବିଜୟ ସହ ଭାରତ ୫ଟିକିଆ ଟି-୨୦ ସିରିଜରେ ୨-୦ରେ ଆଗରେ ରହିଛି। ଥିରୁଅନନ୍ତପୁରମ୍‌ରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ମ୍ୟାଚ । ୟଶସ୍ବୀ ଜୟସ୍ବାଲ, ଇଶାନ କିଶନ ଏବଂ ରିଙ୍କୁ ସିଂଙ୍କ ଚମତ୍କାର ଇନିଂସ ଯୋଗୁ ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୨୩୫ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲୀୟ ଦଳ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ମାତ୍ର ୧୯୧ ରନ ସ୍କୋର କରିପାପାରିଥିଲା। ପ୍ରଥମେ ଟସ୍‌ ଜିତି ଭାରତକୁ ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ଦେଇଥିଲା। ଓପ୍‌ନିଂ କରିବାକୁ ଆସିଥିଲେ ଯଶସ୍ୱୀ ଜସୱାଲ ଓ ଋତୁରାଜ ଗାଏକୱାଡ। ପ୍ରଥମ ଓଭରରେ ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ।

ଜସୱାଲ ୨୫ଟି ବଲ୍‌ ଖେଳି ୫୩ ରନ୍‌ କରି ନାଥନ୍‌ ଏଲିସ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ତା’ପରେ ଆସିଥିଲେ ଈଶାନ କିଶନ୍‌। ସେ ଗାଏକୱାଡଙ୍କ ସହ ମିଶି ପାଳି ସମ୍ଭାଳିଥିଲେ। ସେ ୩୨ ବଲ ଖେଳି ୫୨ ରନ୍‌ କରି ଷ୍ଟଇନିସ୍‌ଙ୍କ ବଲ୍‌ରେ କ୍ୟାଚ ଆଉଟ୍‌ ହୋଇଥିଲେ। ଈଶାନଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ କ୍ୟାପ୍‌ଟେନ୍‌ ସୂର୍ୟ୍ୟକୁମାର ଯାଦବ। ସେ ୧୯ ରନ୍‌ କରି ଆଉଟ ହୋଇଥିଲେ। ତାଙ୍କ ପଛେ ପଛେ ଗାଏକୱାଡ ୫୮ ରନ୍‌ କରି ଆଉଟ ହୋଇଥିଲେ। ତାଙ୍କ ପରେ ଆସିଥିଲେ ତୀଳକ ବର୍ମା। ସେ ରିଙ୍କୁ ସିଂହ ସହ ପାଳି ସମ୍ଭାଳିଥିଲେ। ତୀଳକ ୭ ରନ୍‌ କରି ଆଉଟ ହୋଇଥିଲେ। ହେଲେ ରିଙ୍କୁ ଜବରଦସ୍ତ ପାଳି ଖେଳିଥିଲେ। ସେ ୯ ବଲ୍‌ରେ ୩୧ ରନ୍‌ କରିଥିଲେ। ଯାହାଫଳରେ ଭାରତ ୨୦ ଓଭରରେ ୨୩୫ ରନ୍‌ କରିପାରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..