Masthead

ଦିଦିଙ୍କୁ ଭେଟିଲେ ବାବୁଲ ସୁପ୍ରିୟୋ

କୋଲକାତା(ବଡ଼ ଖବର ବ୍ୟରୋ):  ନିକଟରେ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ ବିଜେପି ଛାଡି ଟିଏମସି ଦଳରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଟିଏମସିରେ ଯୋଗ ଦେବା ପରେ ସେ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସହ ଏକ ମ୍ୟୁଜିକାଲ ମିଟିଂ କରିଛନ୍ତି । ଖବର ଅନୁଯାୟୀ ବାବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସରେ ମିଶିବା ପରେ ଦିଦିଙ୍କ ସହ ଏହା ତାଙ୍କର ପ୍ରଥମ ଭେଟଘାଟ ।

ଦିଦିଙ୍କ ସହ ବୈଠକ ପରେ ବାବୁଲ କହିଛନ୍ତି ଯେ, ମୁଁ ଦିଦିଙ୍କୁ ଭେଟି ବହୁତ ଖୁସି ଅଛି । ବେଶ ଆନନ୍ଦରେ ସେ ମୋତେ ଚିଏମସି ପରିବାରକୁ ସ୍ୱାଗତ ଜଣାଇଛନ୍ତି । ସେ ମୋତେ କହିଛନ୍ତି ଯେ ବର୍ତ୍ତମାନ ଗୀତ ଗାଇବା କାମ ଜାରି ରଖ । ତାଙ୍କ କଥା ମୋତେ ବେଶ ଛୁଇଁଛି । ମୁଁ ଦଳ ପାଇଁ କାମ କରିବା ସହ ଗୀତ ମଧ୍ୟ ଗାଇବି । ଆମ ଭିତରେ ମ୍ୟୁଜିକାଲ ମିଟିଂ ହୋଇଛି । ମିଟିଂ ବେଳେ ଦିଦି ମୋତେ ଯାହା କହିଛନ୍ତି ସେ ସବୁ ମୋ ମୋତେ ବେଶ୍ ପସନ୍ଦ ଆସିଛି । ମୋତେ ଦଳକୁ ସ୍ୱାଗତ କରିଥିବାରୁ ମୁଁ ଦିଦି ଓ ଅଭିଷେକ ବାର୍ନାଜୀଙ୍କୁ ଧନ୍ୟବାଦ ଜଣାଉଛି । ସେ ଆହୁରି କହିଛନ୍ତି , ବୁଧବାର ସେ ଦିଲ୍ଲୀ ଯାଇ ବିଜେପି ସାସଂଦ ପଦରୁ ଇସ୍ତଫା ଦେବେ । ନିଜର ଇସ୍ତଫାପତ୍ର ସେ  ବାଚସ୍ପତି ଓମ ବିର୍ଲାଙ୍କୁ ହସ୍ତାନ୍ତର କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା