Masthead

ଦଳୀୟ ନାଁ ଓ ଚିହ୍ନ ପରେ ହଟିଲା ବ୍ଲୁ ଟିକ୍

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ନିର୍ବାଚନ କମିଶନଙ୍କ ପରେ ଉଦ୍ଧବ ଗୋଷ୍ଟୀଙ୍କୁ ଲାଗିଲା ଟ୍ୱିଟରର ଝଟକା । ହଟିଲା ବ୍ଲୁ ଟିକ୍ । ପ୍ରଥମେ ନିର୍ବାଚନ କମିଶନ ଶିବସେନାର ନାଁ ଓ ଦଳୀୟ ଚିହ୍ନ ଧନୁ-ତୀର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଦେଇଥିଲେ। ଏହାକୁ ନେଇ ଛକା ପଞ୍ଝା ଚାଲିଥିବା ବେଳେ ଏବେ ଉଦ୍ଧବ ଗୋଷ୍ଠୀଙ୍କୁ ଟ୍ୱିଟର ଝଟକା ଦେଇଛି। ଉଦ୍ଧବ ଠାକେରଙ୍କ ଶିବସେନା ଗୋଷ୍ଠୀର ଟ୍ୱିଟର ଆକାଉଣ୍ଟରେ ଥିବା ବ୍ଲ୍ୟୁ ଟିକ୍‌କୁ କମ୍ପାନୀ ହଟାଇ ଦେଇଛି।

୨୦୨୨ ଅକ୍ଟୋବର ମାସରେ ନିର୍ବାଚନ କମିଶନ ଶିବସେନାର ଦଳୀୟ ଚିହ୍ନ ଧନୁ ଓ ତୀରକୁ ଅଚଳ କରି ଦେଇଥିଲେ। ଏଥିସହ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କୁ ଭିନ୍ନଭିନ୍ନ ନାଁ ଏବଂ ଚିହ୍ନ ପ୍ରଦାନ କରିଥିଲେ। ସିନ୍ଦେ ଗୋଷ୍ଠୀର ନାଁ ରହିଥିଲା ବାଲାସାହେବଙ୍କ ଶିବସେନା। ଦଳର ଚିହ୍ନ ଦୁଇଟି ଖଣ୍ଡା ଓ ଭାଲା ରହିଥିଲା। ସେହିପରି ଉଦ୍ଧବ ଗୋଷ୍ଠୀର ନାଁ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରହିଥିଲା। ଦଳକୁ ମଶାଲ ଚିହ୍ନ ମିଳିଥିଲା। ଏହାପରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଟ୍ୱିଟରରେ ନିଜ ଅଫିସିଆଲ ଆକାଉଣ୍ଟର ନାଁ ପରିବର୍ତ୍ତନ କରିଥିଲା। ଆକାଉଣ୍ଟ ନାଁ ପରିବର୍ତ୍ତନ ପରେ ଟ୍ୱିଟର ପକ୍ଷରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ