Masthead

ସାମ୍ବାଦିକାଙ୍କ ଟୁଇଟ୍, କଲେକ୍ଟର କହିଲେ ୧୫ ଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟୁଇଟ୍ ବଦଳାଇବ ରାସ୍ତାର ଚିତ୍ର । ଆଜ୍ଞା ହଁ ଦୀର୍ଘ ଦିନ ଧରି ଅବହେଳିତ ହୋଇପଡ଼ିଥିବା ରାସ୍ତାର ମରାମତି ହେବ । ୧୫ ଦିନ ଭିତରେ ରାସ୍ତା ମରାମତି କରିବାକୁ ଭଦ୍ରକ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳର ସଙ୍ଘମିତ୍ରା ପଣ୍ଡା ରାସ୍ତାର ଅବ୍ୟବସ୍ଥା ନେଇ ଗତ କିଛି ଦିନତଳେ ଟୁଇଟ୍ କରିଥିଲେ । ନିମ୍ନମାନର କାମ ଯୋଗୁ ତିହିଡ଼ି ବ୍ଲକ ଗଦି ଛକଠାରୁ ନୂଆ ସାହି ପର୍ଯ୍ୟନ୍ତ ରାସ୍ତା ଦୟନୀୟ ଅବସ୍ଥାରେ ଥିଲା ।

ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ ରାସ୍ତାର ଉନ୍ନତିକରଣ ହୋଇପାରୁନଥିଲା । ତେବେ ସଙ୍ଘମିତ୍ରାଙ୍କ ଟ୍ୱିଟର କିଛି ସମୟ ମଧ୍ୟରେ ଭଦ୍ରକ ଜିଲ୍ଲାପାଳ ଏହାର ଜବାବ ରଖି ୧୫ ଦିନରେ ରାସ୍ତା ମରାମତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସଙ୍ଘମିତ୍ରା ପଣ୍ଡା ଜଣେ ସାମ୍ବାଦିକା । ସେ କହିଛନ୍ତି ଗଦି-ନୂଆସାହି ଓ ଗଦି-ପଞ୍ଚୁଟିକ୍ରୀ ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଅଛି । ଜିଲ୍ଲା ପ୍ରଶାସନ କିମ୍ବା ଲୋକ ପ୍ରତିନିଧି ଏକ୍ଷେତ୍ରରେ ଉଦାସୀନ ରହିବା ଦୁର୍ଭାଗ୍ୟଜନକ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଏବେ କାମ ହେବ ବୋଲି ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ