ସାମ୍ବାଦିକାଙ୍କ ଟୁଇଟ୍, କଲେକ୍ଟର କହିଲେ ୧୫ ଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟୁଇଟ୍ ବଦଳାଇବ ରାସ୍ତାର ଚିତ୍ର । ଆଜ୍ଞା ହଁ ଦୀର୍ଘ ଦିନ ଧରି ଅବହେଳିତ ହୋଇପଡ଼ିଥିବା ରାସ୍ତାର ମରାମତି ହେବ । ୧୫ ଦିନ ଭିତରେ ରାସ୍ତା ମରାମତି କରିବାକୁ ଭଦ୍ରକ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳର ସଙ୍ଘମିତ୍ରା ପଣ୍ଡା ରାସ୍ତାର ଅବ୍ୟବସ୍ଥା ନେଇ ଗତ କିଛି ଦିନତଳେ ଟୁଇଟ୍ କରିଥିଲେ । ନିମ୍ନମାନର କାମ ଯୋଗୁ ତିହିଡ଼ି ବ୍ଲକ ଗଦି ଛକଠାରୁ ନୂଆ ସାହି ପର୍ଯ୍ୟନ୍ତ ରାସ୍ତା ଦୟନୀୟ ଅବସ୍ଥାରେ ଥିଲା ।

ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ ରାସ୍ତାର ଉନ୍ନତିକରଣ ହୋଇପାରୁନଥିଲା । ତେବେ ସଙ୍ଘମିତ୍ରାଙ୍କ ଟ୍ୱିଟର କିଛି ସମୟ ମଧ୍ୟରେ ଭଦ୍ରକ ଜିଲ୍ଲାପାଳ ଏହାର ଜବାବ ରଖି ୧୫ ଦିନରେ ରାସ୍ତା ମରାମତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସଙ୍ଘମିତ୍ରା ପଣ୍ଡା ଜଣେ ସାମ୍ବାଦିକା । ସେ କହିଛନ୍ତି ଗଦି-ନୂଆସାହି ଓ ଗଦି-ପଞ୍ଚୁଟିକ୍ରୀ ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଅଛି । ଜିଲ୍ଲା ପ୍ରଶାସନ କିମ୍ବା ଲୋକ ପ୍ରତିନିଧି ଏକ୍ଷେତ୍ରରେ ଉଦାସୀନ ରହିବା ଦୁର୍ଭାଗ୍ୟଜନକ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଏବେ କାମ ହେବ ବୋଲି ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’