Masthead

ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା ।ସଫଳତାର ସହ ଶେଷ ହେଲା ଡ଼୍ରାଗନର ସ୍ପେସ କ୍ୟାପସୁଲ ଡ଼କିଂ ପ୍ରକ୍ରିୟା । ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା ଡ଼କିଂ ପକ୍ରିୟା । ଏହା କେବଳ ଭାରତ ପାଇଁ ନୁହଁ ବରଂ ସାରା ବିଶ୍ୱ ପାଇଁ ଗର୍ବର ମୁହୂର୍ତ୍ତ । ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଆକ୍ସିଅମ୍ ମିଶନ ୪କୁ ଚତୁର୍ଥ ଘରୋଇ ମହାକାଶଚାରୀ ମିଶନର ଆଗମନ । ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ସମେତ ଅନ୍ୟ ୩ ଜଣ ମହାକାଶଚାରୀଙ୍କ ସହ ଡ଼୍ରାଗନ କ୍ୟାପସୁଲଟି ସଫଳତାର ସହ ଆଇଏସଏସ ରେ ପହଞ୍ଚିଛି । ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଲା ହେଉଛନ୍ତି ଦ୍ୱିତୀୟ ଭାରତୀୟ ଯିଏକିି ମହାକାଶକୁ ଯାତ୍ରାକରିଛନ୍ତି । ୧୯୮୪ ସାଲ୍ୟୁଟ୍ ୭ ମିଶନର ପ୍ରାୟ ୪୦ ବର୍ଷ ପରେ ଆଇଏସଏସ କୁ ଯିବାର ପ୍ରଥମ ଭାରତୀୟ ହେଉଛନ୍ତି ଶୁଭାଂଶୁ ଶୁକ୍ଲା । ଆଜି ଅପରାହ୍ନ ୪.୩୦ମିନିଟରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ସଫଳତାର ସହ ଡ଼କିଂ କରିଛି । ଚାରି ସଦସ୍ୟ ବିଶିଷ୍ଟ ଏହି ଆକ୍ସିଅମ୍ ୪ ବୁଧୁବାର ୨.୩୧ ମିନିଟରେ ଫ୍ଲୋରିଡ଼ାର ନାସାର କେନେଡ଼ି ସ୍ପେସ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯ଏ ରୁ ୯ ରକେଟ ସାହାର୍ଯ୍ୟରେ ଡ଼୍ରାଗନଟିର ଉଡ଼ାଣ କାର୍ଯ୍ୟ ଆରମ୍ଭ କରିଥିଲା । ୪ ଜଣ ମହାକାଶଚାରୀ ହେଉଛନ୍ତି – ନାସାର ପୂର୍ବତନ ମହାକାଶଚାରୀ ପେଗି ହ୍ୱିଟସନ, ଇସ୍ରୋ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା, ପୋଲାଣ୍ଡର ମହାକାଶଚାରୀ ସ୍ଲାଓସ୍ ଉଜନାନ୍ସି – ୱିସନିୱସ୍କି , ହଙ୍ଗେରୀର ବିଶେଷଜ୍ଞ ଟିବୋର୍ କାପୁ । ଏହି ଚାରି ସଦସ୍ୟ ଦଳର ନେତୃତ୍ୱ ନେଉଛନ୍ତି ନାସାର ପୂର୍ବତନ ମହାକାଶଚାରୀ ପେଗି ହ୍ୱିଟସନ । କ୍ରୁ ମାଇକ୍ରୋଗ୍ରାଭିଟିରେ ୬୦ରୁ ଅଧିକ ବୈଜ୍ଞାନିକ ଗବେଷଣା ପାଇଁ ୧୪ ଦିନ ଯାଏଁ ଆଇଏସଏସ ରେ ରହିବାର କାର୍ଯ୍ୟକ୍ରମ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ