Masthead

ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ

ଗୁଇନ୍ଦାଗିରୀ କରି ଗିରଫ ହେଲେ ନୌସେନା କର୍ମଚାରୀ : ବିଶାଲ ଯାଦବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଭାରତକୁ ଧୋକା ଦେଲେ ଆଉ ଜଣେ ଭାରତୀୟ । ବିଶାଲ ଯାଦବ ସାଜିଲେ ବିଶ୍ୱାସଘାତକ । ନିଜ ଦେଶର ଗୁପ୍ତ ତଥ୍ୟକୁ ଚୋରୀ କରି ଶତ୍ରୁ ଦେଶକୁ କଲେ ସାହାଯ୍ୟ । ଜ୍ୟୋତି ମାଲହୋତ୍ରା କଥା ମନରୁ ଲିଭିନଥିବା ବେଳେ ଏବେ ଆଉ ଜଣେ ଗୁପ୍ତଚରଙ୍କ ତଥ୍ୟ ସାମ୍ମନାକୁ ଆସିଛି । ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହୋଇଛନ୍ତି ଆଉ ଜଣେ ଭାରତୀୟ ।

ନୌସେନା ମୁଖ୍ୟାଳୟର କର୍ମଚାରୀ ବିଶାଲ ଯାଦବ ଅପରେସନ୍ ସିନ୍ଦୂର ବେଳର ପ୍ରତିରକ୍ଷା ସୂଚନା ପାକିସ୍ତାନକୁ ଦେଉଥିଲେ । ଅଭିଯୁକ୍ତ ବିଶାଲ ଯାଦବ ହରିୟାଣାର ରେୱାଡିର ପୁନ୍ସିକା ଗାଁର ବାସିନ୍ଦା । ସେ ନୌସେନା ଭବନର ଡକୟାର୍ଡ ନିର୍ଦ୍ଦେଶ।ଳୟରେ ଉପର ଡିଭିଜନ କ୍ଲର୍କ ଭାବରେ କାମ କରୁଥିଲେ । ସେ ‘ପ୍ରିୟା ଶର୍ମା’ ନାମକ ଜଣେ ପାକିସ୍ତାନୀ ମହିଳା ହ୍ୟାଣ୍ଡଲରଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ । ଯାହାଙ୍କ ସହ ଯାଦବ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଯୋଗାଯୋଗ କରୁଥିଲେ । ଗୁପ୍ତଚର ବିଶାଲ ଯାଦବ ପାକିସ୍ତାନୀ ହ୍ୟାଣ୍ଡଲରଙ୍କୁ ନୌସେନା ସହିତ ଜଡିତ ସମ୍ବେଦନଶୀଳ ଏବଂ ରଣନୀତି ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିଲେ ।ଜୟପୁରର ତଦନ୍ତକାରୀ ସଂସ୍ଥାରୁ ଜଣାପଡିଛି ଯେ, ସେ ଅନଲାଇନ ଗେମ ଖେଳି ହାରି ଯିବା ପରେ ଆର୍ଥିକ ସ୍ତରରେ ଦୁବ ର୍ଳ ହୋଇ ପଡିଥିଲେ । ପରବର୍ତ୍ତୀ ସମୟରେ ଋଣ ପରିଶୋଧ କରିବାକୁ ଯାଇ ସାଜିଥିଲେ ଗୁପ୍ତଚର । ପାକିସ୍ତାନକୁ ପଠାଉଥିଲେ ଭାରତର ଗୋପନୀୟ ଡକ୍ୟୁମେଣ୍ଟ । କ୍ରିପ୍ଟୋକରେନ୍ସି ଏବଂ ପାରମ୍ପରିକ ବ୍ୟାଙ୍କିଂ ଚ୍ୟାନାଲ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଥିଲେ । ରାଜସ୍ଥାନ ସିଆଇଡ଼ି ଇଣ୍ଟେଲିଜେନ୍ସ ବୁଧବାର ବିଶାଲ ଯାଦବଙ୍କୁ ସରକାରୀ ଗୁପ୍ତଚର ଆଇନ , ୧୯୨୩ ଅନୁଯାୟୀ ଗୁପ୍ତଚରୀ ଅଭିଯୋଗରେ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ