Masthead

ମୋଦିଙ୍କ ଦାଣ୍ଡିଯାତ୍ରାରେ ଓଡ଼ିଆ ଯୁବକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଇଂରେଜମାନଙ୍କ ଲବଣ ଆଇନ ମହାତ୍ମା ଗାନ୍ଧୀଙ୍କୁ ବହୁତ ବାଧିଥିଲା । ତାଙ୍କ ଡାକରାରେ ପ୍ରତିଟି ଭାରତୀୟ ଏକ ହୋଇଥିଲେ । ଅଖଣ୍ଡ ଭାରତର ବିଭିନ୍ନ ସ୍ଥାନରେ ସତ୍ୟାଗ୍ରହୀମାନେ ସମୁଦ୍ରରୁ ଲୁଣ ମାରିଥିଲେ । ମାହତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଶହ ଶହ ସତ୍ୟାଗ୍ରହୀ ଗୁଜରାଟର ସାବରମତୀଠାରୁ ଦାଣ୍ଡି ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଥିଲେ । ୧୯୩୦ ମାର୍ଚ୍ଚ ୧୨ ତାରିଖ । ଏହି ଦିନ ଭାରତ ଇତିହାସରେ ମହାତ୍ମାଙ୍କ ଅହିଂସା ଆନ୍ଦୋଳନର ଆଉ ଏକ ଫର୍ଦ୍ଦ ଯୋଡି ଦେଇଥିଲା ।

ଲବଣ ସତ୍ୟାଗ୍ରହ, ଦାଣ୍ଡିଯାତ୍ରା ବା ଦାଣ୍ଡିସତ୍ୟାଗ୍ରହ । ସାବରମତୀଠାରୁ ଦୀର୍ଘ ୩୯୦ କିଲୋମିଟର ଦାଣ୍ଡି । ଆରବସାଗର କୂଳରେ ଥିବା ଦାଣ୍ଡି ପର୍ଯ୍ୟନ୍ତ ଯିବା ପାଇଁ ମାହାତ୍ମାଙ୍କ ସମେତ ତାଙ୍କ ଅନୁଗାମୀମାନଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା । ଶେଷରେ ହାର ମାନିଲା ଇଂରେଜ ସରକାର । ଏହି ସ୍ମୃତି ଆଜି ବି ପ୍ରତିଟି ଭାରତୀୟଙ୍କ ଭିତରେ ସତେଜ ହୋଇ ରହିଛି । ଆସନ୍ତା ଅଗଷ୍ଟ ୧୫ରେ ଭାରତ ପାଳନ କରିବ ସ୍ୱାଧୀନତାର ହୀରକ ଜୟନ୍ତୀ ।

Amrut Mahotsav of Independence will start in schools of Punjab from March 12ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାଣ୍ଡିଯାତ୍ରାର ସ୍କୃତିକୁ ପୁଣିଥରେ ସେୟାର କରିଛନ୍ତି । ମନେ ପକାଇଦେଇଛନ୍ତି ୧୯୩୦ ମାର୍ଚ୍ଚ ୧୨ର କଥା, ମହାତ୍ମା ଗାନ୍ଧୀଙ୍କ ବୀରତ୍ୱର ଗାଥା । ପିଏମ ମୋଦି ସାବରମତିରେ ପହଞ୍ଚି ଜାତିର ପିତା ସମ୍ମାନ ଜଣାଇ ଦାଣ୍ଡିଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏଥିରେ ସାମିଲ ହୋଇଛନ୍ତି ୭୮ ସ୍ୱେଚ୍ଛାସେବୀ ।

ଏହି ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯୁବକ, ମୋତିବାସ ଦାସ । ତାଙ୍କ ବୟସ ମାତ୍ର ୨୦ । ବାଲେଶ୍ୱରର ମୋତିବାସ ସାବରମତି ଆଶ୍ରମରେ ରୁହନ୍ତି । ପିଏମ ମୋଦିଙ୍କ ଅମୃତ ମହୋତ୍ସବ ଯାତ୍ରାରେ ସାମିଲ ହୋଇ ମୋତିବାସ ନିଜକୁ ଧନ୍ୟ ମନେକରିଛନ୍ତି । ୨୪ଦିନରେ ସ୍ୱେଚ୍ଛାସେବୀମାନେ ୩୯୦ କିଲୋମିଟର ଅତିକ୍ରମ କରି ଦାଣ୍ଡିରେ ପହଞ୍ଚିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ