Before Header

ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଅଧିକ

0 50

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାରେ ଉତ୍ତର ରଖିଲେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । କହିଛନ୍ତି ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଅଧିକ । ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୫-୪୭% ରହିଛି । ରାଜ୍ୟରେ ନୂତନ ଶିଳ୍ପ ନୀତି ୨୦୨୨ ଗତ ଡିସେମ୍ବରରୁ ପ୍ରାଣୟନ ହେଉଛି । ମେକ ଇନ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ଆଗ୍ରହ ପ୍ରସ୍ତାବ ଆସିଛି । ଏହା କାର୍ଯ୍ୟକ୍ଷମ ହେଲେ, ୧୦ଲକ୍ଷ ୪୮ ହଜାର ୮୦୭ କୋଟି ପୁଞ୍ଜି ନିବେଶ ଆସିବ । ଏଥିରେ ୧୦ଲକ୍ଷ୩୭ହଜାର୮୦୧ନିଯୁକ୍ତି ସୃଷ୍ଟି ହେବ ।

ଏ ଯାଏ ୧୫୬ ବୃହତ ଶିଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ୭ ଟି ବୃହତ ଶିଳ୍ପ ଡାଉନ ଷ୍ଟ୍ରମି ଆଲୁମିନିୟମ କାର୍ଯ୍ୟକାରୀ ହେଉଛି । ପ୍ଲାଣ୍ଟ ଲେବେଲ ଆଡଭାଇଜରି କମିଟି ଓ ପ୍ଲାଣ୍ଟ ଲେବେଲ କନସଲଟିଭ କମିଟି ଜରିଆରେ ଜିଲ୍ଲା ସ୍ତରରେ ଅନୁମୋଦନ ମିଳୁଛି । ମେକ ଇନ ଓଡ଼ିଶା ୨୦୧୬ ରେ ୮୪ଶିଳ୍ପ ପ୍ରସ୍ତାବ ଆସିଥିଲା । ଯାହା ୨ଲକ୍ଷ୩୨ହଜାର୩୫ କୋଟିର ପୁଞ୍ଜି ନିବେଶ ଲକ୍ଷ୍ୟ ଥିଲା । ୫୮ ଶିଳ୍ପକୁ ଅନୁମୋଦନ ମିଳିଥିଲା । ୨୭ ଶିଳ୍ପ କାମ ଚଳାଇଛନ୍ତି । ୪ ଶିଳ୍ପ ଉତ୍ପାଦନ ଆରମ୍ଭ କରିଥିବାବେଳେ ୮ ଟି ଖୁବ ଶୀଘ୍ର ଉତ୍ପାଦନ ଆରମ୍ଭ କରିବେ ।

ସେହିପରି ମେକ ଇନ ଓଡ଼ିଶା ୨୦୧୮ ରେ ୨୦୨ ଶିଳ୍ପ ପ୍ରସ୍ତାବ ଆସିଥିଲା । ଯାହା ୪ଲକ୍ଷ୨୩ହଜାର୧୧୫କୋଟିର ନିବେଶ ଲକ୍ଷ୍ୟ ଥିଲ । ୧୦ଶିଳ୍ପକୁ ଅନୁମୋଦନ ମିଛ । ୭୧ ଶିଳ୍ପର କାମ ଚାଲିଛି । ୧୧ ଶିଳ୍ପ ଉତ୍ପାଦନ ଆରମ୍ଭ କରିଛନ୍ତି । ତେବେ କ୍ୟାପିଟାଲ ଇଣ୍ଡଷ୍ଟ୍ରିରେ ନିଯୁକ୍ତି କମିବାର କାରଣ ହେଉଛି ଯେ ବଡ଼ ବଡ଼ ଶିଳ୍ପ ସଂସ୍ଥା ଟେକନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି, ମାନବ ସମ୍ବଳକୁ ନୁହେଁ. କାରଣ ସେମାନେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି. ଏପରି ସ୍ଥିତିରେ ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରି ଆବଶ୍ୟକ ।

ଏଥିପାଇଁ ୩୬ ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି. ଯେଉଁଥିରେ ଅଧିକାଂଶ ଟାଟା କମ୍ପାନୀର । ସେମାନଙ୍କୁ କଳିଙ୍ଗନଗରରେ ଜାଗା ଦିଆଯାଇଛି ଓ ସେମାନେ କାମ ଆରମ୍ଭ କରିଥିବା ନେଇ ଗୃହରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ସେହିପରି ପାରାଦ୍ୱୀପକୁ ପେଟ୍ରୋକେମିକାଲ ହବ କରାଯିବ। ଶିଳ୍ପାନୁଷ୍ଠାନରେ ଓଡ଼ିଶାବାସୀଙ୍କ ନିଯୁକ୍ତିକୁ ନେଇ ଗୃହରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସଦସ୍ୟ। କିନ୍ତୁ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି କି ଓଡ଼ିଶାରେ ବସବାସ କରୁଥିବା ଲୋକଙ୍କୁ ହିଁ  ଶିଳ୍ପାନୁଷ୍ଠାନରେ ୨୦ପ୍ରତିଶତ ନିଯୁକ୍ତି ଦେବା ପାଇଁ ସରକାର ସବୁ ବେଳେ ପ୍ରତିଶ୍ରୁତିବଧ ଏଥିରେ କୌଣସି ଦୁଇମତ ନାହିଁ।

Leave A Reply

Your email address will not be published.