ଉଦଳା (ବଡ଼ ଖବର ବ୍ୟୁରୋ) ଉଦଳାରେ ସାକ୍ଷୀ ଦେଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ । ଖୁଣ୍ଟା ଥାନା ଗଡିଗାଁ ଗ୍ରାମରେ ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ବୟାନ କରୁଛି କିଭଳି ଦୁର୍ବୃତ୍ତମାନେ କରିଥିଲେ ଆକ୍ରମଣ। ମୃତକ ହେଲେ କାହ୍ନୁ ମଢେଇ । ହତ୍ୟା ପୂର୍ବରୁ ପ୍ରଥମେ ଗାଁ ରାସ୍ତାରେ ଗଣ୍ଡଗୋଳ ହୋଇଥିଲା। ଯାହାକି ୩ ରୁ ୪ ଜଣ ଦୁର୍ବୃତ୍ତ କାହ୍ନୁଙ୍କୁ ଗୋଡ଼ାଇବା ସହିତ ରାସ୍ତାରେ ତଳେ ପକାଇ ଦେଇଥିଲେ ।
ଏପରିକି କିଏ ତାଙ୍କୁ ପଥରରେ ଛେଚି ମାରିବା ପାଇଁ ପଥର ଉଠାଇଥିଲା ତ ଆଉ କିଏ ଠେଙ୍ଗା। ତେବେ ସିସିଟିଭିରେ କଏଦ ହୋଇଥିବା ଭିଜୁଆଲ ଯାହା ଜଣାପଡ଼ୁଛି ଦୁର୍ବୃତ୍ତମାନେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ । ଆଉ ସେହି ସମୟରେ କାହ୍ନୁ ଦୁର୍ବୃତ୍ତଙ୍କ କବଳରୁ ଖସି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପ୍ରବଶେ ପାଇଁ ଚେଷ୍ଟା କରିଥିଲେ । ଆଉ ସେତିକି ବେଳେ କାହ୍ନୁଙ୍କୁ କାବୁ କରି ହତ୍ୟା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପଂହଚିଥିଲେ । ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ ।
