ଭାଙ୍ଗିଲା ପ୍ରଣବଙ୍କ ଫାର୍ମ ହାଉସ ପାଚେରୀ

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଭାଙ୍ଗିଲା ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ପାଚେରୀ । ଉଛେଦ ହେଲା ଜବର ଦଖଲ ଫାର୍ମ ହାଉସ ଜମି। ଫାର୍ମ ହାଉସ ନିକଟରେ ପୋଲିସ ପ୍ରଶାସନ ଜବର ଦଖଲ ଉଚ୍ଛେଦ ହୋଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଡ଼ ମଧୂପୂର ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ରହିଛି। ଯେଉଁ ଫାର୍ମ ହାଉସ ପାଚେରୀ ମଧ୍ୟରେ ସରକାରି ଜମି ରହିଥିବା ଅଭିଯୋଗ ହୋଇଥିଲା। ତଦନ୍ତ ପରେ ତଳଗଡ ରାଜସ୍ଵ ନୀରିକ୍ଷକ ଉକ୍ତ ଫାର୍ମ ହାଉସ ଭିତରେ ୧ ଏକର ୧୦ ଡିସିମିଲ ଜାଗା ରହିଥିବା ରିପୋର୍ଟ କରିବା ପରେ ଜାଗା ଉଛେଦ ହେବ ବୋଲି ଜଣା ପଡିଥିଲା।

ପ୍ରଣବଙ୍କୁ ନୋଟିସ ପରେ ମାପ ଚୁପ ହୋଇଥିଲା। ଯାହାକୁ ନେଇ ପ୍ରଣବ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ଡିମାର୍କେଶନ ଆବେଦନ କରିଥିଲେ। ଧର୍ମଶାଳା ତହସିଲ ପକ୍ଷରୁ ଦୁଇ ଦିନ ଧରି ଉକ୍ତ ଜାଗା ମାପ ଚୁପ ହେବା ପରେ ପ୍ରଣବଙ୍କୁ ଦଖଲରେ ନଥିବା ୧ ଏକର ୨୭ ଡ଼ିସିମିଲ ଜାଗା ଚିହ୍ନଟ କରାଇଥିବା ବେଳେ ତାଙ୍କ ଦଖଲରେ ଥିବା ୧ ଏକର ୧୦ ଡ଼ିସିମିଲ ଉଛେଦ ପାଇଁ ଆଇନ ଗତ ବ୍ୟବସ୍ଥା କରାଯାଇଥିଲା । ଆଜି ଉକ୍ତ ଜବର ଦଖଲ ଉଛେଦ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଉପସ୍ଥିତି ସହିତ ପୋଲିସ ପ୍ରଶାସନ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’