Masthead

ଅନୁଭବ-ବର୍ଷାଙ୍କ ମଧ୍ୟରେ ଛାଡ଼ପତ୍ର, ୧୦ ବର୍ଷର ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ

କଟକ (ବଡ଼ ଖବର ବ୍ୟୁରୋ): ଅନେକ ବାଦବିବାଦ ପରେ ଶେଷରେ ୧୦ ବର୍ଷର ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ସେଲିବ୍ରିଟି ଯୋଡ଼ି ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଛାଡ଼ପତ୍ର। ଗତ କିଛି ଦିନ ଧରି ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲାରେ ବଡ଼ ଘଟଣା ସାମ୍ନାକୁ ଆସିଛି। ଅନୁଭବ ଗତକାଲି ରାତିରେ ସୋସିଆଲ୍ ମିଡିଆ ସାଇଟ୍ ‘ଏକ୍ସ’ ରେ ନିଜ ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦେଇଛନ୍ତି। ଛାଡପତ୍ର ପାଇଁ ଆଇନଗତ ଲଢେଇରେ ସାଂସଦ ଅନୁଭବ ମହାନ୍ତିଙ୍କର ବିଜୟ ହୋଇଥିବା ସୂଚନା ଦେଇଛନ୍ତି ଖୋଦ୍ ଅନୁଭବ ।

ଅନୁଭବ ଲେଖିଛନ୍ତି, ତାଙ୍କ ବିବାହର ଦଶ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କ ଛାଡ଼ପତ୍ର ହୋଇଛି। ଏନେଇ ଏକ କୋର୍ଟ ନିର୍ଦ୍ଦେଶର ଫଟୋ କପିକୁ ବି ସେ ଏଥିରେ ଆଟାଚ୍ କରିଛନ୍ତି। ଏହି ଲଢେଇରେ ଯେଉଁମାନେ ତାଙ୍କ ସହ ଏବଂ ତାଙ୍କ ପରିବାର ସହ ଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଅନୁଭବ । ମିଛ ବିବାହର ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିଛି । ତଥାପି ବର୍ଷାଙ୍କ ଖୁସି ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ୧୦ ବର୍ଷ ବିବାହ ବାର୍ଷିକୀ ପୂର୍ବରୁ କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆସିଥିବାରୁ ସେ ସୋସିଆଲ ମିଡିଆରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ