Masthead

ଅମିତ୍ ଶାହାଙ୍କୁ ଉଦ୍ଧବଙ୍କ କଟାକ୍ଷ

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): କ୍ଷମତା, ନାଁ ଓ ଚିହ୍ନ ସବୁ ହାତରୁ ଯିବା ପରେ ଅମିତ ସାହାଙ୍କୁ ଟାର୍ଗେଟ କରିଛନ୍ତି ଉଦ୍ଧାବ ଠାକରେ । କଟାକ୍ଷ କରି କହିଛନ୍ତି ‘ମୁଗାମ୍ବୋ ଖୂସ୍ ହୁଆ’ । ଏବେ ଶିବସେନାର ନାମ ଓ ଚିହ୍ନ କଣ ହେବ ସେନେଇ ଦ୍ୱନ୍ଦ୍ୱରେ ଥିବା ବେଳେ ସମ୍ପୂର୍ଣ୍ଣ ଘଟଣାକୁ ନେଇ ଅମିତ ଶାହାଙ୍କୁ ଉଦ୍ଧବ ଠାକରେ ଟାର୍ଗେଟ କରିଛନ୍ତି। ମିଷ୍ଟର ଇଣ୍ଡିଆର ଫିଲ୍ମର ଅମ୍ରେଶ ପୁରୀଙ୍କ ଚରିତ୍ରକୁ ଉଦ୍ଧାର କରି ଅମିତ ଶହାଙ୍କ ଉଦ୍ଦେଶ୍ୟରରେ ‘ମୁଗାମ୍ବୋ ଖୁସ ହୁଆ’ ବୋଲି କଟାକ୍ଷ କରିଛନ୍ତି। ସେହିପରି ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିନ୍ତି। ସେ କହିଛନ୍ତି ଯେ, ୧୯୯୩ରେ ମୁମ୍ବାଇରେ ସିରିଏଲ ବ୍ଲାଷ୍ଟରେ ମୁମ୍ବାଇକୁ ଶିବସେନା ହିଁ ବଞ୍ଚେଇ ଥିଲା।

ଏବେ ଯେଉଁମାନେ ହିନ୍ଦୁତ୍ୱ କଥା କହୁଛନ୍ତି ସେତେବେଳେ ସେମାନେ କେଉଁଠି ଥିଲେ। ସେମାନଙ୍କ ଠିକଣା ଜଣା ନଥିଲା । ଏବେ ସେମାନେ ୫୬ ଇଞ୍ଚର ଛାତି ଦେଖାଉଛନ୍ତି। ମୁମ୍ବାଇ ବ୍ଲାଷ୍ଟରେ ବେଳେ ୫୬ ଇଞ୍ଚର ଛାତି କେଉଁଠି ଥିଲା। ଠାକ୍‌ରେ କହିଛନ୍ତି, ଗତ ୭୫ ବର୍ଷ ମଧ୍ୟରେ ଏଭଳି ଝଟ୍‌କା କେବେ କୌଣସି ଦଳକୁ ଲାଗିନି। ଯଦି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବୁଛନ୍ତି ଯେ ସେମାନଙ୍କ ଦ୍ବାରା ଦାସ ଭଳି ପରିଚାଳିତ କିଛି ସରକାରୀ ସଂସ୍ଥା ଶିବସେନାକୁ ଶେଷ କରିଦେବେ ତେବେ ଏହା ସମ୍ଭବ ନୁହେଁ। ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସେ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ଠାକ୍‌ରେ କହିଛନ୍ତି, ମହାରାଷ୍ଟ୍ରକୁ ଆସିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାଲାସାହେବ ଠାକ୍‌ରେଙ୍କ ମାସ୍କ ପିନ୍ଧିବା ଆବଶ୍ୟକ ପଡ଼ିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସି‌ନ୍ଦେଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ