ଯୋଶୀମଠ ପରେ ଏବେ ବଦ୍ରିନାଥ ରାସ୍ତାରେ ଫାଟ

ଉତ୍ତରାଖଣ୍ଡ(ବଡ଼ ଖବର ବ୍ୟୁରୋ): ଯୋଶୀମଠ ପରେ ଏବେ ବଦ୍ରିନାଥ ରାସ୍ତାରେ ଦେଖାଦେଇଛି ଫାଟ । ଉତ୍ତରାଖଣ୍ଡ ସରକାର ଶନିବାର ଚାରିଧାମକୁ ଯାତ୍ରା ଘୋଷଣା କରିବାର କିଛି ଘଣ୍ଟା ପରେ ଯୋଶୀମଠ ନିକଟସ୍ଥ ବଦ୍ରିନାଥ ମାରୱାରିରେ ଦେଖାଦେଇଛି ୧୦ଟି ଫାଟ । ଗରୱାଲ ହିମାଳୟର ସବୁଠୁ ବ୍ୟସ୍ତବହୁଳ ତୀର୍ଥସ୍ଥଳ ମଧ୍ୟରୁ ବଦ୍ରିନାଥ ଶ୍ରୀକ୍ଷେତ୍ର ସହର ରାଜପଥ ସହିତ ସଂଯୁକ୍ତ। ଯୋଶୀମଠ ଏବଂ ମାରୱାରୀ ମଧ୍ୟରେ ୧୦ କିଲୋମିଟର ଦୂରତାରେ ଫାଟ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି। ପୂର୍ବରୁ ଯୋଶୀମଠ ଦବୁଥିବାରୁ ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଏବେ ବଦ୍ରିନାଥ ରାସ୍ତା ଫାଟି ଆଁ କରିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଯୋଶୀମଠ ବଞ୍ଚାଅ ସଂଘର୍ଷ ସମିତିର ସଞ୍ଜୟ ଉନିୟାଲ କହିଛନ୍ତି, “ଯୋଶୀମଠ ନିକଟ ବଦ୍ରିନାଥକୁ ସଂଯୋଗ କରୁଥିବା ରାସ୍ତାରେ ୧୦ଟି ନୂଆ ଫାଟ ସୃଷ୍ଟି ହୋଇଛି। କିନ୍ତୁ ପ୍ରଶାସନ କହୁଛି ଯେ ପୁରୁଣା ଫାଟ ଏବେ ଅଧିକ ସ୍ପଷ୍ଟ ହୋଇଛି। ଏଥିସହ କିଛି ସ୍ଥାନରେ କେବଳ ଛୋଟ ଛୋଟ ଫାଟ ଦେଖାଦେଇଛି। ଏଠାରେ ଥିବା ଏସବିଆଇ ବ୍ରାଞ୍ଚ, ରେଳବାଇ ଗେଷ୍ଟ ହାଉସ, ଜୟପୀ କଲୋନୀ ଓ ମାରୱାରି ବ୍ରିଜ୍‌ ନିକଟରେ ଫାଟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!