Masthead

ଯୋଶୀମଠ ପରେ ଏବେ ବଦ୍ରିନାଥ ରାସ୍ତାରେ ଫାଟ

ଉତ୍ତରାଖଣ୍ଡ(ବଡ଼ ଖବର ବ୍ୟୁରୋ): ଯୋଶୀମଠ ପରେ ଏବେ ବଦ୍ରିନାଥ ରାସ୍ତାରେ ଦେଖାଦେଇଛି ଫାଟ । ଉତ୍ତରାଖଣ୍ଡ ସରକାର ଶନିବାର ଚାରିଧାମକୁ ଯାତ୍ରା ଘୋଷଣା କରିବାର କିଛି ଘଣ୍ଟା ପରେ ଯୋଶୀମଠ ନିକଟସ୍ଥ ବଦ୍ରିନାଥ ମାରୱାରିରେ ଦେଖାଦେଇଛି ୧୦ଟି ଫାଟ । ଗରୱାଲ ହିମାଳୟର ସବୁଠୁ ବ୍ୟସ୍ତବହୁଳ ତୀର୍ଥସ୍ଥଳ ମଧ୍ୟରୁ ବଦ୍ରିନାଥ ଶ୍ରୀକ୍ଷେତ୍ର ସହର ରାଜପଥ ସହିତ ସଂଯୁକ୍ତ। ଯୋଶୀମଠ ଏବଂ ମାରୱାରୀ ମଧ୍ୟରେ ୧୦ କିଲୋମିଟର ଦୂରତାରେ ଫାଟ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି। ପୂର୍ବରୁ ଯୋଶୀମଠ ଦବୁଥିବାରୁ ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଏବେ ବଦ୍ରିନାଥ ରାସ୍ତା ଫାଟି ଆଁ କରିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଯୋଶୀମଠ ବଞ୍ଚାଅ ସଂଘର୍ଷ ସମିତିର ସଞ୍ଜୟ ଉନିୟାଲ କହିଛନ୍ତି, “ଯୋଶୀମଠ ନିକଟ ବଦ୍ରିନାଥକୁ ସଂଯୋଗ କରୁଥିବା ରାସ୍ତାରେ ୧୦ଟି ନୂଆ ଫାଟ ସୃଷ୍ଟି ହୋଇଛି। କିନ୍ତୁ ପ୍ରଶାସନ କହୁଛି ଯେ ପୁରୁଣା ଫାଟ ଏବେ ଅଧିକ ସ୍ପଷ୍ଟ ହୋଇଛି। ଏଥିସହ କିଛି ସ୍ଥାନରେ କେବଳ ଛୋଟ ଛୋଟ ଫାଟ ଦେଖାଦେଇଛି। ଏଠାରେ ଥିବା ଏସବିଆଇ ବ୍ରାଞ୍ଚ, ରେଳବାଇ ଗେଷ୍ଟ ହାଉସ, ଜୟପୀ କଲୋନୀ ଓ ମାରୱାରି ବ୍ରିଜ୍‌ ନିକଟରେ ଫାଟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ