Masthead

ବନ୍ଧା ହେବେ କି ଉମା

ଅଡ଼ୁଆରେ ସତ୍ୟବାଦୀ ବିଧାୟକ 

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କୋଭିଡ ନିୟମର ଉଲ୍ଲଙ୍ଘନ ମହଙ୍ଗା ପଡ଼ିଛି ବିଜେଡି ବିଧାୟକ ଉମା କାନ୍ତ ସାମନ୍ତରାୟଙ୍କୁ । କଟକଣାକୁ ଭାଙ୍ଗି ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଶବଦାହ ବେଳେ ସ୍ୱର୍ଗଦ୍ୱାରରେ ସାମିଲ ହୋଇଥିଲେ । ଏହାଦ୍ୱାରା ସେ ମହାମାରୀ ସଂକ୍ରମଣ ବଢ଼ାଉଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ସମୁଦ୍ରକୂଳ ଥାନା ପୋଲିସ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ରୁଜୁ କରିଛି ମାମଲା (ନଂ-୧୬୧/୨୦) । ଆଇପିସିର ଦଫା ୨୬୯/୨୭୦ ଏବଂ ଏପିଡେମିକ ଡିଜିଜ ଆକ୍ଟର ଧାରା ୩ ଅନୁଯାୟୀ ଏହି ମାମଲା ରୁୁଜୁ ହୋଇଛି ।

ଏପିଡେମିକ ଡିଜିଜ ଆକ୍ଟ ଅନୁଯାୟୀ ଉମାକାନ୍ତଙ୍କୁ ଗିରଫ କରାଯାଇ ପାରେ ବୋଲି କୁହାଯାଉଛି । ତେବେ ଶାସକ ଦଳର ବିଧାୟକ ତଥା ପ୍ରଭାବଶାଳୀ ଗୋଷ୍ଠୀରେ ହୋଇଥିବାରୁ ତାଙ୍କୁ ଗିରଫ କରାଯିବା ସମ୍ଭବ ନୁହେଁ ବୋଲି ଦଳୀୟ ସମର୍ଥକମାନେ କହୁଛନ୍ତି । ତେବେ ସରକାର ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟସାରା ଲୋକଙ୍କୁ କଟକଣା ମାନିବାକୁ ଏକ ମେସେଜ ଦେବେ ନା ଏହା ଏକ ରାଜନୈତିକ ଗେମ ହେବ ତାହା ଆଗକୁ ସ୍ପଷ୍ଟ ହେବ ।

ସୂଚନାଯୋଗ୍ୟ, ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଶବଦାହ ବେଳେ ସ୍ୱର୍ଗଦ୍ୱାରରେ ପ୍ରବଳ ଭିଡ଼ ହୋଇଥିଲା । ବିଜେଡି ନେତା, କର୍ମୀ ଓ ସମର୍ଥକମାନେ ଭଳି ଯାଇଥିଲେ । ଏପରିକି ମନ୍ତ୍ରୀ ସମୀର ରଞ୍ଜନ ଦାଶ ବି ଉପସ୍ଥିତ ଥିଲେ । ତେବେ ବିଧାୟକ ଉମାକାନ୍ତ ସାମନ୍ତରାୟ କୋଭିଡ୍ ସଂକ୍ରମିତ ଥାଇ ସେଠାରେ ଉପସ୍ଥିତ ରହିବାକୁ ବିରୋଧ କରାଯାଇଥିଲା । ଏନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏତଲ ଦାଖଲ କରାଯାଇଥିଲା । ଏତଲାରେ ମନ୍ତ୍ରୀ ସମୀର ଦାଶଙ୍କୁ ବି ଅଭିଯୁକ୍ତ କରାଯାଇଥିଲା । ମାତ୍ର ଯାଞ୍ଚ ବେଳେ ସେ କୋଭିଡ କଟକଣା ଭାଙ୍ଗିନଥିବା ପୋଲିସ ଜାଣିପାରିଥିଲା । ତଦନୁଯାୟୀ ପୋଲିସ ବିଧାୟକଙ୍କ ନାମରେ ମାମଲା ରୁଜୁ କରିଥିବା ପୁରୀ ଏସପି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’