Masthead

ରାଜସ୍ଥାନକୁ ପରାସ୍ତ କରି ପଏଣ୍ଟେ ଟେବୁଲ ଶୀର୍ଷରେ ଦିଲ୍ଲୀ

ଦୁବାଇ ( ବଡ଼ ଖବର ବ୍ୟୁରୋ) : ଦିଲ୍ଲୀ କ୍ୟାପିଟାଲ ଶୁକ୍ରବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ର ୨୩ତମ ମ୍ୟାଚରେ ଏକ କ୍ଲିନିକାଲ୍ ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସକୁ ୪୭ରନରେ ପରାସ୍ତ କରି ବିଜୟ ଧାରା ବଜାୟ ରଖିଛି । ଏହି ବିଜୟ ସହ ଦିଲ୍ଲୀ ପଏଣ୍ଟେ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚିଛି।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯୟର ସମ୍ମୁଖିନ ହୋଇଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯୟ ପରେ ଦମଦାର ଫର୍ମରେ ଥିବା ମାର୍କସ୍ ଷ୍ଟୋଇନିସ୍ ଓ ସିମରନ ହେଟମାୟର ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଷ୍ଟୋଇନିସ ୩୦ ବଲରୁ ୪ ଛକା ସହ ୩୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଦ୍ରୁତ ବ୍ୟାଟିଂ କରି ହେଟମାୟର ୨୪ ବଲରୁ ୧ ଚୌକା ଓ ୫ ଛକା ସହ ୪୫ ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୮୪ ରନ କରିଛି। ରାଜସ୍ଥାନ ରୟାଲ୍ସ ତରଫରୁ ଜୋଫ୍ରା ଆର୍ଚର ୩ ଓ୍ଵିକେଟ, କାର୍ତ୍ତିକ ତ୍ୟାଗୀ, ରାହୁଲ ତେଓ୍ଵତିଆ ଓ ଆଣ୍ଡ୍ର୍ୟୁ ଟାଇ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ଲଗାତର ଭାବେ ଓ୍ୱିକେଟ୍ ହରାଇଥିଲା । ପ୍ରାରମ୍ଭରେ ଜଶସ୍ୱୀ ଜୈଶ୍ୱାଲଙ୍କ ବ୍ୟତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନଥିଲେ । ଭଲ ଆରମ୍ଭ ସତ୍ୱେ ଜୈଶ୍ୱାଲଙ୍କ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ସେ ୩୪ ରନରେ ଆଉଟ ହୋଇଥିଲେ । ଫଳରେ ଦଳ ୧୯.୪ ଓଭରରେ ୧୩୮ ରନରେ ସମସ୍ତ ୱିକେଟ ହରାଇଥିଲା । ଦିଲ୍ଲୀ ପକ୍ଷରୁ କାଗିସୋ ରାବଡା ୩ଟି, ମାର୍କସ ଷ୍ଟୋଇନ୍ସ ଓ ଆର ଅଶ୍ୱିନୀ ୨ଟି ଓ୍ୱିକେଟ୍ ଓ ଆନରିଚ୍ ନୋର୍ଟଜେ ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ