Masthead

ରାଜସ୍ଥାନକୁ ପରାସ୍ତ କରି ପଏଣ୍ଟେ ଟେବୁଲ ଶୀର୍ଷରେ ଦିଲ୍ଲୀ

ଦୁବାଇ ( ବଡ଼ ଖବର ବ୍ୟୁରୋ) : ଦିଲ୍ଲୀ କ୍ୟାପିଟାଲ ଶୁକ୍ରବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ର ୨୩ତମ ମ୍ୟାଚରେ ଏକ କ୍ଲିନିକାଲ୍ ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସକୁ ୪୭ରନରେ ପରାସ୍ତ କରି ବିଜୟ ଧାରା ବଜାୟ ରଖିଛି । ଏହି ବିଜୟ ସହ ଦିଲ୍ଲୀ ପଏଣ୍ଟେ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚିଛି।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯୟର ସମ୍ମୁଖିନ ହୋଇଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯୟ ପରେ ଦମଦାର ଫର୍ମରେ ଥିବା ମାର୍କସ୍ ଷ୍ଟୋଇନିସ୍ ଓ ସିମରନ ହେଟମାୟର ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଷ୍ଟୋଇନିସ ୩୦ ବଲରୁ ୪ ଛକା ସହ ୩୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଦ୍ରୁତ ବ୍ୟାଟିଂ କରି ହେଟମାୟର ୨୪ ବଲରୁ ୧ ଚୌକା ଓ ୫ ଛକା ସହ ୪୫ ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୮୪ ରନ କରିଛି। ରାଜସ୍ଥାନ ରୟାଲ୍ସ ତରଫରୁ ଜୋଫ୍ରା ଆର୍ଚର ୩ ଓ୍ଵିକେଟ, କାର୍ତ୍ତିକ ତ୍ୟାଗୀ, ରାହୁଲ ତେଓ୍ଵତିଆ ଓ ଆଣ୍ଡ୍ର୍ୟୁ ଟାଇ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ଲଗାତର ଭାବେ ଓ୍ୱିକେଟ୍ ହରାଇଥିଲା । ପ୍ରାରମ୍ଭରେ ଜଶସ୍ୱୀ ଜୈଶ୍ୱାଲଙ୍କ ବ୍ୟତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନଥିଲେ । ଭଲ ଆରମ୍ଭ ସତ୍ୱେ ଜୈଶ୍ୱାଲଙ୍କ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ସେ ୩୪ ରନରେ ଆଉଟ ହୋଇଥିଲେ । ଫଳରେ ଦଳ ୧୯.୪ ଓଭରରେ ୧୩୮ ରନରେ ସମସ୍ତ ୱିକେଟ ହରାଇଥିଲା । ଦିଲ୍ଲୀ ପକ୍ଷରୁ କାଗିସୋ ରାବଡା ୩ଟି, ମାର୍କସ ଷ୍ଟୋଇନ୍ସ ଓ ଆର ଅଶ୍ୱିନୀ ୨ଟି ଓ୍ୱିକେଟ୍ ଓ ଆନରିଚ୍ ନୋର୍ଟଜେ ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି