Masthead

ଅଡ଼ୁଆରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୀବ ମିତଲଙ୍କୁ ନେଇ ଉଠିଥିବା ବିବାଦ ଏବେ ବଢିବାରେ ଲାଗିଛି । ଅଡୁଆରେ ଛନ୍ଦି ହୋଇଯାଇଛନ୍ତି କୁଳୁପତି ସଞ୍ଜୀବ ମିତଲ । ଯାହାକି ଥମିବାରେ ନାଁ ନେଉନି । ସୂଚନା ଅନୁସାରେ ଗତ ମାସ ଏପ୍ରିଲ ୨୦ ତାରିଖରେ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କୁଳପତିଙ୍କ କଟୁ କଥା ସହି ନ ପାରି ଅଫିସ ସମ୍ମୁଖରେ ଆତ୍ମଦାହ ଉଦ୍ୟମ କରିଥିଲେ । ଯେଉଁ ଘଟଣାର ବିବାଦ ଏ ଯାଏଁ ବି ଥମିନି ।

ଏବେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମିତ୍ତଲଙ୍କ କୁଳପତି ଆବେଦନ ପାଇଁ ଦେଇଥିବା ଆବେଦନ ପତ୍ରରେ ଭୁଲ୍ ତଥ୍ୟ ପ୍ରଦାନ ଅଭିଯୋଗ ଉପରେ କୁଳୁପତିଙ୍କ ଅଫିସ୍ ତରଫରୁ ରିପୋର୍ଟ ତଲବ କରାଯାଇଛି । ଏପଟେ ମହାମହିମ ରାଜ୍ୟପାଳଙ୍କ ଅତିରିକ୍ତ ସଚିବ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏକ ଚିଠି ଲେଖିଛନ୍ତି, ଯାହା ପାଇଁ ପୁଣି କୁଳପତି ଅଡୁଆରେ ପଡିଛନ୍ତି । ସୂଚନା ଅନୁସାରେ , କୁଳପତି ମିତ୍ତଲ ପୂର୍ବରୁ ବିଶ୍ୱବିଦ୍ୟାଳୟ ପାହାଡରୁ ବୃକ୍ଷ କଟାକୁ ନେଇ ବିବାଦ ଘେରକୁ ଆସିଥିଲେ । ଆଉ ଏବେ ପୁଣି କୁଳପତି ପଦ ପାଇଁ ଭୁଲ ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଚର୍ଚ୍ଚାକୁ ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା