Masthead

ମାନସିକ ଶାନ୍ତି ସବୁଠୁ ବଡ଼ ସମ୍ପତ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୋଭିଡ୍-୧୯ ଜୀବାଣୁ କେବଳ ଆମର ଶରୀର ଉପରେ ଆକ୍ରମଣ କରୁନାହିଁ । ଏହା ମାନସିକ ଯନ୍ତ୍ରଣା ବି ବଢ଼ାଉଛି । ମାନସିକ ଶାନ୍ତି ମାନବିକତାର ମୂଳ ଉତ୍ସ । ଏହା ଆମକୁ ସମୃଦ୍ଧ ଏବଂ ପୂର୍ଣ୍ଣ ଜୀବନଯାପନ କରିବାକୁ ସମକ୍ଷ କରାଏ । କରୋନା ପୂର୍ବରୁ ପ୍ରତି ଚାରିଜଣରେ ଜଣେ ମାନସିକ ବିସାଦଗ୍ରସ୍ତ ଅଛନ୍ତି । ଏବେ କୋଭିଡ୍-୧୯ ସମୟରେ ଅଧିକ ଲୋକ ମାନସିକ ଦୁର୍ବଳତା ଆଡକୁ ଠେଲି ହୋଇଯାଉଛନ୍ତି ।

ପ୍ରିୟନଜଙ୍କ ମୃତ୍ୟୁରେ ଦୁଃଖ, ଚାକିରି ହରାଇବାର ଚିନ୍ତା, ବିଛିନ୍ନତା ଏବଂ ଗତିବିଧି ଉପରେ ପ୍ରତିବନ୍ଧକ, କଠିନ ପାରିବାରିକ ଜୀବନ, ଅନିଶ୍ଚିତତା ଏବଂ ଭବିଷ୍ୟତ ପାଇଁ ଭୟ ଏଭଳି ଚିନ୍ତା ବର୍ତ୍ତମାନ ସମୟରେ ପ୍ରତ୍ୟେକଙ୍କୁ ଗଭୀର ବିଷାଦ ଆଡକୁ ନେଇଯାଉଛି । ଆଜି ଅନେକ ଲୋକ ବିଭିନ୍ନ ଯନ୍ତ୍ରଣା ଭୋଗୁଛନ୍ତି । ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଅଧିକ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି । କୋଭିଡ୍-୧୯ ଅନେକ ଦେଶର ଲୋକଠାରୁ ମାନସିକ ଶାନ୍ତି ଛଡାଇନେଇଛି । ବିଭିନ୍ନ ସେବାରେ ହ୍ରାସ ପାଇବା ସହିତ ସୁବିଧାଗୁଡିକୁ ବନ୍ଦ କରିଦେଉଛନ୍ତି । ମହାମାରୀ ସହିତ ଜଡିତ ମାନସିକ ସ୍ୱାସ୍ଥ୍ୟର ଆବଶ୍ୟକତାକୁ ସମାଧାନ କରିବା ପାଇଁ ବର୍ତ୍ତମାନଠାରୁ କାର୍ଯ୍ୟ ନକଲେ, ପରିବାର, ସମ୍ପ୍ରଦାୟ ଏବଂ ସମାଜ ଦୀର୍ଘଦିନ ପାଇଁ ପରିଣାମ ଭୋଗିବ ।

ମାନସିକ ଅବସ୍ଥା ଭଲ ନଥିବା ବ୍ୟକ୍ତିଙ୍କ ପାଇଁ ନୀତିଗୁଡିକୁ ସମର୍ଥନ ଏବଂ ଯତ୍ନନେତା ଆବଶ୍ୟକ । ଲୋକଙ୍କ ମାନବିକ ଅଧିକାର ଓ ସମ୍ମାନ ରକ୍ଷା କରିବା ଉଚିତ୍ । କରୋନା କାରଣରୁ ମାନସିକ ଦୁର୍ବଳ ଥିବା ଲୋକଙ୍କର ଭେଦଭାବ ସେମାନଙ୍କର ମାନସିକ ବିଷାଦକୁ ଆହୁରି ବଢାଇଦେବ ।

ମାନସିକ ଶାନ୍ତି ବିନା ସ୍ୱାସ୍ଥ୍ୟ ନାହିଁ । ମିଳିତ ଜାତିସଂଘ ଏକ ଶାନ୍ତ, ସୁନ୍ଦର ବିଶ୍ୱ ସୃଷ୍ଟି କରିବାକୁ ଦୃଢ଼ ପ୍ରତିଶ୍ରୁତିବଦ୍ଧ । ଯେଉଁଥିରେ ସବୁ ସ୍ଥାନରେ ସମସ୍ତେ, ମାନସିକ ଭାବେ ସୁସ୍ଥ ରହିବାକୁ ମସର୍ଥନ ହୋଇପାରିବେ । କିନ୍ତୁ କରୋନା ମହାମାରୀରେ ସମୟରେ ମାନସିକ ସ୍ୱାସ୍ଥ୍ୟର ମୁକାବିଲା ପାଇଁ ସରକାର, ନାଗରିକ ସମାଜ, ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏବଂ ଅନ୍ୟମାନଙ୍କୁ ଏକତ୍ରିତ ହେବାକୁ ପଡିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରସ୍ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ