Masthead

ଦୁର୍ନୀତିରେ ଛନ୍ଦିହେଲେ ବିଧାୟକ

ସବ୍‌ସିଡି ଟଙ୍କା ଦୁର୍ନିତୀରେ ଛନ୍ଦି ହେଲେ ରେମୁଣା ବିଧାୟକ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନ ପୂର୍ବରୁ ବନ୍ଧା ହୋଇପାରନ୍ତି ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା , କୃଷି ଯନ୍ତ୍ରପାତି ସବସିଡି ଲୁଟ ପଛରେ ରେମୁଣା ବିଜେଡି ବିଧାୟକ ସୁଧାଂଶୁ ଶେଖର ପରିଡା ଲୋକାୟୁକ୍ତ ଠାରେ ୪କୋଟିର ଦୁର୍ନିତୀ ହୋଇଥିବା ରିପୋର୍ଟ ଦର୍ଶାଇଛି ଭିଜିଲାନ୍ସ । ଭିଜିଲାନ୍ସ ରିପୋର୍ଟ ପରେ ବିଧାୟକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତଙ୍କୁ ମତ ଦେଲେ ଉପବାଚସ୍ପତି, ୭୩ ଗରିବ ଚାଷୀଙ୍କୁ ଚୁନ ଲଗାଇଛନ୍ତି ବିଧାୟକ ସୁଧାଂଶୁ ପରିଡ଼ା ।

ବାଲେଶ୍ୱର ରେମୁଣା ବିଜେଡି ବିଧାୟକ ସୁଧାଂଶୁ ଶେଖର ପରିଡା କୃଷି ଯନ୍ତ୍ରପାତି ଲୁଟ କେଳେଙ୍କାରୀର ସରକାରୀ ତଦନ୍ତ ରିପୋର୍ଟ ଖୋଲିଦେଇଛି ବିଧାୟକଙ୍କ ଅସଲ ମୁଖା, ନିରିହ ଗରିବ ଆଦିବାସୀ ଚାଷୀଙ୍କ ନାଁରେ କୃଷିଯନ୍ତ୍ରପାତିରୁ ହଡପ କରିଛନ୍ତି କୋଟି କୋଟି ଟଙ୍କା, ତେବେ ସୂଚନା ଅନୁଶାରେ ବାଲେଶ୍ୱର ରେମୁଣା ବିଜେଡି ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନାଁ ରେ ଗତ ୨୦୨୧ ମସିହାରେ ବାଲେଶ୍ୱର ଅଞ୍ଚଳର ସମାଜସେବୀ ତନୟ ମହାନ୍ତି କୃଷି ଯନ୍ତ୍ରପାତି ସବସିଡି ଟଙ୍କା ହଡପ କରିଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଆଣିଥିଲେ । ଲୋକୟୁକ୍ତ ଭିଜିଲାନ୍ସକୁ ତଦନ୍ତ ପାଇଁ ନିଦେ୍ର୍ଦଶ ଦେବାପରେ ଭିଜିଲାନ୍ସ ୨୦୧୭-୧୮, ୧୯-୨୦ ମସିହାରେ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ମାଲିକାନାରେ ଥିବା ନିଗମାନନ୍ଦ ପ୍ରୋପାଇଟରରୁ କେତୋଟି ଗାଡି ଚାଷୀଙ୍କୁ ବିକ୍ରି ହୋଇଛି ଓ କେତୋଟି ଗାଡିରୁ ସବସିଡି ଟଙ୍କା ଉଠାହୋଇଛି ।

ତଦନ୍ତ ହେବାପରେ ୨କୋଟି ୨୫ଲକ୍ଷ ୭୮ହଜାର ଟଙ୍କା ବିଧାୟକଙ୍କ ବ୍ୟକ୍ତିଗତ ଖାତକୁ ଅନୈତିକ ଭାବେ ଜମା କରାଯାଇଛି ଏବଂ କମ୍ପାନିର କିଛି କର୍ମଚାରୀ ଙ୍କା ଖାତାରେ ୧କୋଟି ୩୩ଲକ୍ଷ ଟଙ୍କା ଜମା ହୋଇଥିବା ଭିଜିଲାନ୍ସ ତଦନ୍ତ ରିପୋର୍ଟରେ ଦର୍ଶାଇଛି, ତେବେ ଅଭିଯୁକ୍ତକାରୀ ତନୟ ମହାନ୍ତି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗରିବଙ୍କ କଲ୍ୟାଣ ପାଇଁ ଚିନ୍ତିତ ଥିବା ବେଳେ ରେମୁଣା ବିଧାୟକ ଗରିବ ଚାଷୀଙ୍କୁ ଠକି କୋଟିକୋଟି ଟଙ୍କା ଆତ୍ମସାତ କରିଥିବା ବିଧାୟକଙ୍କ ବିରୁଧରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବେ ନା ଘଟଣା ଚାପି ହୋଇ ରହିଯିବ ଯାହା ସମସ୍ତଙ୍କ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି