Masthead

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ କାର୍ଯ୍ୟାନୁଷ୍ଠାନ, ୩ ସନ୍ଦିଗ୍ଧ ଅଟକ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ ପ୍ରଭୁ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା । ଏଥିରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଏହାରି ଭିତରେ ଗତକାଲି ଅଯୋଧ୍ୟାରେ ବୁଲୁଥିବା ୩ ଅପରାଧୀଙ୍କୁ ଅଟକ ରଖିଛି ୟୁପି ଏଟିଏସ୍‌ । ସେମାନଙ୍କ ମଧ୍ୟରୁ ଦୁଇ ଯୁବକ ରାଜସ୍ଥାନର ହୋଇଥିବା ଜଣାପଡ଼ିଛି। ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବା ସନ୍ଦେହ କରି ଅପରାଧୀଙ୍କୁ ପଚରାଉଚରା କରାଯାଉଛି। ସୂଚନା ଅନୁଯାୟୀ ଅଟକ ୩ ଜଣଙ୍କ ମଧ୍ୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁକଖା ଦୁନେକ ଗ୍ୟାଙ୍ଗର ଧର୍ମବୀରଙ୍କ ସମେତ ୩ ଜଣ ଅଛନ୍ତି।

ଗତ ବର୍ଷ କାନାଡାରେ ସୁକଖା ଦୁନେକକୁ ହତ୍ୟା କରାଯାଇଥିଲା। ୟୁପି ଏଟିଏସ୍‌ ସହ ଇଣ୍ଟେଲିଜେନ୍ସ ଟିମ୍‌ ଉକ୍ତ ୩ ଜଣଙ୍କୁ ପଚରାଉଚରା କରୁଛି। ତେବେ ଅଯୋଧ୍ୟାକୁ ଆସିବା ଘଟଣା ନେଇ ସେମାନଙ୍କ ଉଦ୍ଦେଶ୍ୟ ଜଣାପଡ଼ିନି। ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ କରାଯାଉଥିବା ବଡ଼ ଆୟୋଜନକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଉଛି। ଅଯୋଧ୍ୟାର ଗଳି କନ୍ଦିରେ ପୋଲିସ କର୍ମୀ ମୁତୟନ ହୋଇଛନ୍ତି। ସିସିଟିଭି ସର୍ଭେଲାନ୍ସ ସହ ଚାରିଆଡ଼େ ପୋଲିସ ପଇଁତରା ମାରୁଛନ୍ତି। ଏଥିସହ ମନ୍ଦିର ଆଖପାଖ ଅଞ୍ଚଳରେ ଡ୍ରୋନ୍‌ଦ୍ୱାରା ନଜର ରଖାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା