Masthead

ବିଜୟ ବର୍ଷ ପାଳୁଛି ବାୟୁସେନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶ ପାଳୁଛି ୮୯ ତମ ବାୟୁସେନା ଦିବସ । ଏହି ଦିବସକୁ ଧୁମଧାମରେ ପାଳନ କରିଛନ୍ତି ଭାରତୀୟ ବାୟୁସେନା । ଆଜି ଗାଜିଆବାଦ ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବାୟୁସେନାର ଏହି ଉତ୍ସବରେ ଫାଈଇଟର୍ ଜେଟ୍ ରାଫେଲ୍ ପ୍ରମୁଖ ଆକର୍ଷଣ ସାଜିଛି । ଆଜି ସାରା ବିଶ୍ୱ ଆକାଶରେ ଭାରତୀୟ ସେନାର ବଳ ଦେଖିଛି।

ପରେଡ ଗ୍ରାଉଣ୍ଡରେ ରାଫେଲ ସମେତ ସୁଖୋଇ, ମିରାଜ୍ , ତେଜସ ଭାଗନେଇଛନ୍ତି । ଆକାଶମାର୍ଗରେ ବାୟୁସେନା କର୍ମଚାରୀ ନିଜର କଳାକୌଶଳ ପ୍ରଦର୍ଶନ କରିଛନ୍ତି । ଭାରତୀୟ ବାୟୁସେନା ୧୯୩୨ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହାର ନାମ ରୟାଲ ଇଣ୍ଡିଆନ୍ ବାୟୁସେନା ରଖାଗଲା । ସ୍ୱାଧୀନତା ପରେ, ୧୯୫୦ମସିହାରେ ଏହାର ନାମ ଭାରତୀୟ ବାୟୁସେନାରେ ପରିବର୍ତ୍ତିତ ହେଲା। ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ବାୟୁସେନା ଭାବେ ପରିଚିତ ଭାରତୀୟ ବାୟୁସେନାର ଇତିହାସ ବେଶ୍ ଗୌରବମୟ ହୋଇ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର