Masthead

ବକ୍ସିଂରୁ ଅବସର ନେଲେ ମ୍ୟାରି କମ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମ୍ୟାରି କମ୍‌ଙ୍କ ଅବସର । ବକ୍ସିଂରୁ ଅବସର ନେଲେ ୬ ଥରର ବିଶ୍ବ ବିଜେତା ମ୍ୟାରି କମ୍‌ ଆଇବିଏର ବୟସ କଟକଣା ପାଇଁ ଅବସର ଘୋଷଣା କଲେ । ୪୦ ଟପିଲେ ଏଲିଟ ସ୍ତରୀୟ ପ୍ରତିଯୋଗିତା ବାରଣ ପାଇଁ ସନ୍ୟାସ । ମେରି କମ୍ କହିଛନ୍ତି ଯେ ଇଛାଶକ୍ତି କମି ନ ଥିଲେ ୪୧ ହୋଇଥିବାରୁ ଅବସର ନେଉଛି । କିନ୍ତୁ ଏବେ ବି ତାଙ୍କ ପାଖରେ ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାର ମନୋବଳ ରହିଛି ବୋଲି ସେ କହିଛନ୍ତି ।

ମେରି କମ୍ ୮ଟି ବିଶ୍ୱ ଚାମ୍ପିୟନଶିପ୍ ପଦକ, ୭ଟି ଏସୀୟ ଚାମ୍ପିୟନଶିପ୍ ପଦକ, ୨ଟି ଏସୀୟ କ୍ରୀଡ଼ା ପଦକ ଏବଂ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ୫୧ କେଜି ବର୍ଗରେ କାଂସ୍ୟ ପଦକ ଜିତି ମହିଳା ବକ୍ସିଂରେ ଅଲିମ୍ପିକ୍ସ ପଦକ ଜିତିବାରେ ପ୍ରଥମ ଭାରତୀୟ ବକ୍ସର ହୋଇଥିଲେ ମେରି କମ୍ । ଅଲିମ୍ପିକ୍ସରେ ପଦକ ଜିତିବା ପୂର୍ବରୁ ସେ ୫ ଥର ବିଶ୍ୱ ବିଜେତା ହୋଇସାରିଥିଲେ । ୬ ଥରର ବିଶ୍ୱ ବିଜେତା ମେରି କମ୍ ଶେଷ ଥର ପାଇଁ ସର୍ବୋଚ୍ଚ ସ୍ତରରେ ପଦକ ଜିତିଥିଲେ ୨୦୨୧ରେ । ଏସିଆନ୍ ଚାମ୍ପିୟନସିପରେ ରୌପ୍ୟ ପଦକ ସେ ଜିତିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ