Masthead

ଆଜି ଆଇପିଏଲ ଫାଇନାଲ ମୁକାବିଲା, ଚେପକରେ ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ

ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲ ଫାଇନାଲ ମ୍ୟାଚ । ଚେନ୍ନାଇ ଚେପକ ଷ୍ଟାଡିୟମରେ ମୁହାଁମୁହିଁ ହେବେ କୋଲାକତା ନାଇଟ୍ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ । ଏଥିଲାଗି କେବଳ ଭାରତବର୍ଷ ନୁହେଁ, ସମଗ୍ର ବିଶ୍ବର କ୍ରିକେଟ୍ ଜଗତ ଉତ୍ସାହିତ। କ୍ରିକେଟ୍‌ର ସବୁଦିଗରୁ ଦୁଇଟି ଯାକ ଦଳ ମହାଶକ୍ତିଶାଳୀ ହୋଇଥିବାରୁ ଆଜି ଫାଇନାଲ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍ ମଧ୍ୟ ଏହି ବହୁ ପ୍ରତୀକ୍ଷିତ ମେଗା ଲଢ଼େଇ ପାଇଁ ପୂରା ପ୍ରସ୍ତୁତ ରହିଛି। ରାତି ୭ଟା ୩୦ରୁ ଆରମ୍ଭ ହେବାକୁ ଥିବା ମହାଲଢ଼େଇ ପାଇଁ ଦୁଇ ଦଳର ଖେଳାଳି ମଧ୍ୟ ଉଲ୍ଲସିତ ଅଛନ୍ତି। କୋଲକାତା ନାଇଟ୍ ରାଇଡର୍ସର ଫାଇନାଲ୍ ପ୍ରବେଶ ତୁଳନାତ୍ମକ ଭାବେ ଅଧିକ ଆଧିପତ୍ୟଭରା ରହିଛି। ତୃତୀୟ ଥର ବିଜେତା ହେବା ଲକ୍ଷ୍ୟରେ ଥିବା କୋଲକାତା ଟେବୁଲ ଟପ୍ପର ହୋଇ କ୍ବାଲିଫାୟର୍‌-୧ ଖେଳିଥିଲା। ସେଠାରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା।

ଅନ୍ୟପକ୍ଷରେ ହାଇଦ୍ରାବାଦ କ୍ବାଲିଫାୟର-୧ରେ ପରାଜିତ ହେବା ପରେ ଏଲିମିନେଟର୍‌ ରୂପରେ ପାଇଥିବା ଦ୍ବିତୀୟ ସୁଯୋଗର ଭରପୂର ସଦୁପଯୋଗ କରିଥିଲା। ସେଠାରେ ରାଜସ୍ଥାନ ରୟାଲ୍ସକୁ ସହଜରେ ପରାସ୍ତ କରି ଫାଇନାଲ୍ ଟିକେଟ୍ ଛଡ଼ାଇ ନେଇଥିଲା। ହାଇଦ୍ରାବାଦ ପାଖରେ ଏବେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ସୁବର୍ଣ୍ଣ ସୁଯୋଗ ପହଞ୍ଚିଛି। ଫାଇନାଲ୍‌ରେ ବିଜୟ ହେଲେ କୋଲକାତାଠାରୁ ପୂର୍ବ ପରାଜୟର ପ୍ରତିଶୋଧ ନେବା ସହ ଟ୍ରଫି ହାତେଇବାର ଗୌରବ ହାସଲ କରିବ ପ୍ୟାଟ୍ କମିନ୍ସଙ୍କ ଦଳ। କୋଲକାତା ଓ ହାଇଦ୍ରାବାଦ ପରସ୍ପର ବିପକ୍ଷରେ ୨୭ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ କୋଲକାତା ୧୮ ଓ ହାଇଦ୍ରାବାଦ ମାତ୍ର ୯ ମ୍ୟାଚ୍‌ରେ ବିଜୟୀ ହୋଇଛି। ଗତ ୬ଟି ମୁକାବିଲାରେ କୋଲକାତାର ଜୟ-ପରାଜୟ ରେକର୍ଡ ହେଉଛି ୪-୨। ଚେନ୍ନାଇରେ ଦୁଇ ଦଳ ଦ୍ବିତୀୟ ଥର ଲାଗି ଭେଟାଭେଟି ହେବେ। ଦୁଇ ଦଳ ମଧ୍ୟରେ ଏଠାରେ ଖେଳାଯାଇଥିବା ପ୍ରଥମ ଓ ଏକମାତ୍ର ମ୍ୟାଚ୍‌କୁ କୋଲକାତା ୧୦ ରନ୍‌ରେ ଜିତି ନେଇଥିଲା। ଆଇପିଏଲ୍‌ ପ୍ଲେଅଫ୍‌ରେ ୪ଥର ପରସ୍ପରର ମୁକାବିଲା କରି ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ