Before Header

କୁନୋ ନ୍ୟାସନାଲ ପାର୍କରେ ଆଉ ଗୋଟିଏ ଚିତାର ମୃତ୍ୟୁ

0 25

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଆଉ ଗୋଟିଏ ଚିତାର ମୃତ୍ୟୁ ଘଟିଛି। ଏନେଇ ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ ଜେ.ଏସ ଚୌହାନ ସୂଚନା ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ପୁରୁଷ ଚିତା ଉଦୟର ମୃତ୍ୟୁ ହୋଇଥିବା ସେ କହିଛନ୍ତି।

ରୋଗରେ ପଡ଼ିଥିବା ଉଦୟର ଚିକିତ୍ସା ହେଉଥିଲା। ତେବେ ସେ କେଉଁ ପ୍ରକାର ରୋଗରେ ପଡ଼ି ଜୀବନ ହରାଇଛି ତାହା ଜଣାପଡ଼ିନି। କାଲି ଅସୁସ୍ଥ ହୋଇପଡ଼ିବା ଦେଖି ବନ ବିଭାଗ କର୍ତ୍ତୃପକ୍ଷ ତାହାର ଚିକିତ୍ସା ଆରମ୍ଭ କରିଥିଲେ। ଡାକ୍ତରଖାନାରେ ଚିକିତ୍ସା ଚାଲିଥିବାବେଳେ ଅପରାହ୍ନ ୪ଟାରେ ତାହାର ମୃତ୍ୟୁ ହୋଇଛି।

Leave A Reply

Your email address will not be published.