Masthead

ସହିଦ ମିନାର ପରିସରରେ ଲାଗିବ ୧୦୦ ଫୁଟର ଜାତୀୟ ପତାକା

ପାପଡ଼ାହାଣ୍ଡି (ବଡ଼ ଖବର ବ୍ୟୁରୋ): ପାପଡାହାଣ୍ଡି ସହିଦ ମିନାର ପରିସରରେ ଲାଗିବ ୧୦୦ ଫୁଟ ଉଚ୍ଚତା ରେ ଲାଗିବ ଜାତୀୟ ପତାକା । ଏଥିନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ତୁରୀ ନଦୀ କୂଳରେ ଥିବା ସହିଦ ମିନାର ପରିସରରେ ଲାଗିବାକୁ ଯାଉଛି ୧୦୦ ଫୁଟ ଉଚ୍ଚତା ରେ ୩୦ ଫୁଟ ଓସାର ଏବଂ ୨୦ଫୁଟ ଲମ୍ବା ର ଜାତୀୟ ପତାକା । ଏନେଇ ଆଜି ଏହାର ଶୁଭାରମ୍ଭ କରାଯାଇଛି । ୧୯୪୨ ମସିହା ଅଗଷ୍ଟ ମାସ ୨୪ ତାରିଖରେ ଏହି ଅଂଚଳର ୧୨ଶହ ସ୍ୱାଧୀନତା ସଂଗ୍ରାମୀ ଡାବୁଗାଁ ଥାନା କୁ ଯିବା ସମୟରେ ପାପଡାହାଣ୍ଡି ତୁରୀ ନଦୀ ନିକଟରେ ସାମ୍ନା ପଟୁ ବ୍ରିଟିଶ ସୈନ୍ୟଙ୍କ ଗୁଳିରେ ଘଟଣାସ୍ଥଳରେ ୧୧ ଜଣ ଟଳି ପଡ଼ିଥିବାବେଳେ ଆଉ ୮ ଜଣଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା ।

ସେହି ସହିଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାର ପ୍ରଥମ ମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ରାଧାକୃଷ୍ଣ ବିଶ୍ୱାସ ରାଓ ତୁରୀ ନଦୀକୂଳରେ ସହଦ ମିନାର କରିବାଲାଗି ୧୯୮୦ରେ ଶୁଭ ଦେଇଥିଲେ । ପରବର୍ତୀ ସମୟରେ ୧୯୮୩ରେ ସେତେବେଳର ରାଜ୍ୟପାଳ ତଥା ସ୍ୱାଧୀନତା ସଂଗ୍ରାମୀ ସେହି ସ୍ଥାନରେ ଶୁଭ ପକାଇ ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ ଆରମ୍ଭ ହୋଇଥିଲା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ପ୍ରତିବର୍ଷ ଅଗଷ୍ଟ ମାସ ୨୪ ତାରିଖ କୁ ସହିଦ ଦିବସ ରୂପେ ପାଳନ କରାଯାଉଛି । ଏହି ସହିଦ ଦିବସ କୁ ରାଜ୍ୟ ସ୍ତରରେ ପାଳନ କରିବାପାଇଁ ଦାବି ହେଉଥିବା ବେଳେ ଏଠାର ପରିସରକୁ ଅଧିକରୁ ଅଧିକ ସୌନ୍ଦର୍ଯ୍ୟକରଣ କରିବାପାଇଁ ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧି ପ୍ରମୁଖ ଚେଷ୍ଟା ଚଳାଇ ଆସିଛନ୍ତି ।

ବିଗତ ୨୦୨୦ ମସିହା ସହିଦ ଦିବସ ଅବସରରେ ସହିଦ ମିନାର ପରିସରରେ ଏକ ବିରାଟ ଜାତୀୟ ପତାକା ସ୍ଥାପନ କରିବାପାଇଁ ଆଦିବାସୀ ସହିଦ ସଂସ୍କୃତି କେନ୍ଦ୍ର ସଭାପତି ତଥା ସଂଗ୍ରାମୀ ସହିଦ ସ୍ମୃତି ସାଂସଦ କାର୍ଯ୍ୟକାରୀ ସଭାପତି ମୁନା ତ୍ରିପାଠୀ ପ୍ରସ୍ତାବ ଦେଇଥିଲେ । ଚଳିତ ବର୍ଷ ଅଗଷ୍ଟ ୨୪ ସହିଦ ଦିବସ ଅବସରରେ ସାଂସଦ ରମେଶ ଚନ୍ଦ୍ର ମାଝୀ ସହିଦ ମିନାର ପରିସରରେ ଜାତୀୟ ପତାକା ସ୍ଥାପନ ପାଇଁ ନିଜ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରିବା ନେଇ ଘୋଷଣା କରିଥିଲେ ।

ଘୋଷଣା କରିବାର ଅଳ୍ପ ଦିନ ମଧ୍ୟରେ ବର୍ତମାନ କାର୍ଯ୍ୟ ଆଜି ଆରମ୍ଭ କରାଯାଇଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟ ସମ୍ପାଦନ ହେବ ବୋଲି ଆଶା କରାଯାଉଛି । ଏହି ବିରାଟ ଜାତୀୟ ପତାକା ଜାତୀୟ ସ୍ମାରକୀ ହୋଇ ସବୁଦିନ ପାଇଁ ରହିବ ବୋଲି ସାଂସଦ ମାଝୀ କହିଥିବାବେଳେ, ଏଥିପାଇଁ ସାଂସଦଙ୍କୁ ସହିଦ ସ୍ମୃତି କମିଟି ଏବଂ ଜିଲ୍ଲାବାସୀ ଧନ୍ୟବାଦ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା