Masthead

ହ୍ୱାଟ୍ସଆପ କରନ୍ତୁ, ଜାଣନ୍ତୁ କେଉଁଠୁ ପାଇବେ ଟିକା

ନୂଆଦିଲ୍ଲୀ, ୦୪/୦୫(ବଡ଼ ଖବର)- ଟିକାକୁ ନେଇ ଏବେ ସବୁଠି ଦ୍ବନ୍ଦ । ୧୮ରୁ ଅଧିକ ବୟସଙ୍କ ଟିକା ପାଇବାର ପାଳି ଆସିସାରିଛି । ପଂଜୀକରଣ କରି କିଛି ଟିକା ବି ନେଇ ସାରିଲେଣି । ହେଲେ ଅନେକ ଏଯାଏଁ ନିରାଶ ହୋଇଛନ୍ତି । ଏହାର କାରଣ ହେଉଛି ଟିକା ଅଭାବ । କେବଳ ୧୮ ପ୍ଲସ୍ ନୁହନ୍ତି, ଦ୍ବିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ୪୫ ବର୍ଷରୁ ଅଧିକ ବ୍ୟକ୍ତି ବି ନିରାଶ ହେଉଛନ୍ତି । ତେବେ କେନ୍ଦ୍ର ଓ ରାଜ୍ୟମାନଙ୍କୁ ଟିକା ଯୋଗାଇବା ପାଇଁ ୨ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ଟିକା ଅଭାବ ପାଇଁ ସାଧାରଣ ଲୋକେ ଅସୁବିଧାରେ ପଡ଼ୁଛନ୍ତି । ଅନେକ ଜାଗାରେ ଟିକା କେନ୍ଦ୍ରରୁ ଫେରସ୍ତ ଆସିବାକୁ ପଡ଼ୁଛି । ସ୍ଲଟ୍ ବୁକ୍ କରିବାକୁ କୋୱିନ ଓ ଆରୋଗ୍ୟ ସେତୁରେ ଚେଷ୍ଟା କରି ବି ସଫଳତା ମିଳୁ ନ ଥିବା ଅଭିଯୋଗ ବି ଆସୁଛି । ତେବେ ସଠିକ୍ ସୂଚନା ଅଭାବରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । କଷ୍ଟ କରି ଟିକା କେନ୍ଦ୍ରକୁ ଯାଇ ଫେରସ୍ତ ଆସିବା ଲୋକଙ୍କୁ ବାଧୁଛି ନିଶ୍ଚୟ । ପୁଣି କରୋନା ସମୟରେ ଟିକା ପାଇଁ ଘରୁ ବାହାରି ଟିକା ନ ପାଇବା ନିରାଶା ଦେଉଛି । ଏବେ ଆମେ ଆପଣଙ୍କୁ ଏଭଳି ସୂଚନା ଦେବୁ, ଯାହା ଟିକା ସଂପର୍କରେ ଆପଣଙ୍କୁ ସବୁ ସୂଚନା ଗୋଟିଏ କ୍ଲିକରେ ହ୍ବାଟ୍ସଆପ୍ ମାଧ୍ୟମରେ ମିଳିଯିବ ।

ଭାରତ ସରକାର ଏଥିପାଇଁ ଏକ ନମ୍ବର ଜାରି କରିଛନ୍ତି । ଯେଉଁ ନମ୍ବରଟି ହେଉଛି 9013151515 । ଏହାକୁ ଆପଣ ନିଜ ମୋବାଇଲରେ ସେଭ୍ କରିଦିଅନ୍ତୁ । ଏହି ନମ୍ବରଟି MyGov Corona Helpdesk ନାଁରେ ଆପଣଙ୍କୁ ସୋ’ କରିବ । ଏବେ ଏଥିରେ Hi ପଠାନ୍ତୁ । ଆପଣଙ୍କୁ ରିପ୍ଲାଏରେ କିଛି ଅପ୍ସନ ଆସିବ । ନମ୍ବର 1 ଅପ୍ଲନ ଟିକା ସମ୍ବନ୍ଧରେ । ଏହି ଅପ୍ଲନକୁ ଗଲେ ଭ୍ୟାକ୍ସିନ ସେଣ୍ଟର ସଂପର୍କରେ ସୂଚନାର ବିକଳ୍ପ ଆସିବ । 1 ନମ୍ବରକୁ ଯିବା ପରେ ଆପଣଙ୍କୁ ଏରିଆ ପିନ୍ କୋଡ ଦେବାକୁ ହେବ । ଏହା ପରେ ସେହି ଏରିଆ ନିକଟରେ କେଉଁ କେନ୍ଦ୍ରରେ ଟିକା ଉପଲବ୍ଧ ଅଛି କି ନାହିଁ, ଯଦି ଅଛି କେତେ ସ୍ଲଟ୍ ବୁକ୍ ପାଇଁ ସୁବିଧା ଅଛି ତାହାର ସୂଚନା ମିଳିଯିବ । ସେହି ସୂଚନା ଆଧାରରେ ଆପଣ ନିଜର ପଂଜୀକରଣ କରି ଟିକା କେନ୍ଦ୍ରକୁ ଯାଇପାରିବେ । ଆପଣ ଦେଇଥିବା ଏରିଆରେ ଟିକା ଉପଲବ୍ଧ ନ ଥିଲେ, ଆପଣ ଅନ୍ୟ ପିନ୍ କୋଡ୍ ଲାଗି ମଧ୍ୟ ଦେଖିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା