Masthead

ଆଜି ଶପଥ ନେବେ ଭି.ଡି ସତିଶନ୍

କେରଳ (ବଡ଼ ଖବର ବ୍ୟୁରୋ): କେରଳ ବିଧାନସଭା ନିର୍ବାଚନରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ(ୟୁଡିଏଫ୍)ର ପ୍ରଚଣ୍ଡ ବିଜୟ ପରେ ରାଜ୍ୟରେ ନୂଆ ସରକାର ଗଠନ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସକାଳ ୧୦ଟାରେ କଂଗ୍ରେସ ନେତା ଭିଡି ସତୀଶନ୍  ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତିରୁୱନନ୍ତପୁରମ୍ ସେଣ୍ଟ୍ରାଲ ଷ୍ଟାଡିୟମରେ ସେହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଠାରେ ତାଙ୍କ ସହ ଅନ୍ୟ ୨୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡି଼ଛି । ରବିବାର ସନ୍ଧ୍ୟାରେ ସତୀଶନ୍ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ଶପଥ ନେବାକୁ ଯାଉଥିବା ବିଧାୟକଙ୍କ ତାଲିକା ପ୍ରଦାନ କରିଛନ୍ତି । ସତୀଶନ୍‌ଙ୍କ ଶପଥ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ହିମାଚଳ ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂଖ ସୁଖୁ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପ୍ରମୁଖ ଉପସ୍ଥିତ ରହିବେ ।

ସତୀଶନ୍ କହିଛନ୍ତି, ଦୀର୍ଘ ୬୦ ବର୍ଷ ପରେ ୟୁଡିଏଫ୍‌ର ପୂରା ମନ୍ତ୍ରିମଣ୍ଡଳ ସୋମବାର ସକାଳ ୧୦ଟାରେ ଏକାଠି ଶପଥ ନେବ । ୨୦ ଜଣ ମନ୍ତ୍ରୀଙ୍କ ତାଲିକା ରାଜ୍ୟପାଳଙ୍କୁ ଦିଆଯାଇଛି । ତାଙ୍କୁ ମିଶାଇ ମୋଟ ୨୧ ମନ୍ତ୍ରୀ ଶପଥ ନେବେ । କଂଗ୍ରେସ ପକ୍ଷରୁ ଭିଡି ସତୀଶନ୍, ରମେଶ ଚେନ୍ନିଥଲା, କେ ମୂରଲୀଧରନ୍, ସନି ଜୋସେଫ, ବିନ୍ଦୁ କୃଷ୍ଣା, ଏପି ଅନୀଲ କୁମାର, ପିସି ବିଷ୍ଣୁନାଥ, ଏମ ଲିଜୁ, ରୋଜି ଏମ ଜନ୍, ଟି ସିଦ୍ଦିକ, ଓଜେ ଜନୀଶ, କେଏ ତୁଲସୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ । ଆଇୟୁଏମ୍ଏଲ ପକ୍ଷରୁ ପିକେ କୁନହାଲିକୁଟ୍ଟି, ପିକେ ବସିର, ଏନ୍ ଶାମସୁଦ୍ଦିନ, କେଏମ୍ ଶାଜି, ଭିଇ ଅବଦୁଲ ଗଫୁର ମନ୍ତ୍ରୀ ହେବେ । କେରଳ କଂଗ୍ରେସର ମନ୍ସ ଜୋସେଫ, ଆରଏସପିରୁ ଶିବୁ ବେବି ଜନ୍, କେରଳ କଂଗ୍ରେସ (ଜ୍ୟାକବ୍) ରୁ ଅନୁପ ଜ୍ୟାକବ, ସିଏମ୍ପିରୁ ସିପି ଜନଙ୍କୁ   ମନ୍ତ୍ରୀ ପଦ ମିଳିବ । ବରିଷ୍ଠ ବିଧାୟକ ତିରୁଭାଞ୍ଚୁର ରାଧାକ୍ରିଷ୍ଣନ ବିଧାନସଭାର ବାଚସ୍ପତି ହେବେ । ଶନିମୋଲ ଉସମାନ ଉପବାଚସ୍ପତି ଭାବେ କାର୍ଯ୍ୟ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ