Masthead

ପିସି ମାଗି ନିଲମ୍ବିତ ଦୁଇ ବନକର୍ମଚାରୀ

ମାଲକାନାଗିରି (ବଡ଼ ଖବର ବ୍ୟୁରୋ): ମୃତ ଆଦିବାସୀ କେନ୍ଦୁ ପତ୍ର ତୋଳାଳିଙ୍କ ଟଙ୍କା ହଡପ ଘଟଣା। ଚାକିରିରୁ ନିଳମ୍ବିତ ହେଲେ ଦୁଇ ବନ କର୍ମଚାରୀ। ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନିଲମ୍ବିତ ଦୁଇ ବନ କର୍ମଚାରୀ ହେଲେ କୁଡୁମୁଲୁଗୁମ୍ମା କେନ୍ଦୁ ପତ୍ର ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ବାଲିମେଳା କେନ୍ଦୁ ପତ୍ର ରେଞ୍ଜର ଦୁର୍ଗା ପ୍ରସାଦ ନାୟକ । ଫରେଷ୍ଟର ଓ ରେଞ୍ଜରଙ୍କୁ ନିଲମ୍ବିତ କରିଛନ୍ତି ଜୟପୁର ବନଖଣ୍ଡ ଅଧିକାରୀ ।

ସୂଚନା ମୁତାବକ ବାଲିମେଳା ବନଖଣ୍ଡ ଅଧିନସ୍ଥ କୁଡୁମୁଲୁଗୁମ୍ମା ପଞ୍ଚାୟତରେ ଗତ ବର୍ଷ ୮ ଜଣ ଆଦିବାସୀ କେନ୍ଦୁପତ୍ର ତୋଳାଳି ମୃତ୍ୟୁବରଣ କରିଥିବାବେଳେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ କ୍ଷତି ପୂରଣ ଦେବା ଲାଗି ଦୁଇ ଲକ୍ଷ ଟଙ୍କାର ଆର୍ଥିକ ରାଶି ଘୋଷଣା କରିଥିଲେ ସରକାର । ହେଲେ ପ୍ରତି ପରିବାର ଠାରୁ ୪୦ ହଜାର ଟଙ୍କାର ଲାଞ୍ଚ ନେଇଥିଲେ କେନ୍ଦୁ ପତ୍ର ଫରେଷ୍ଟର ଓ ରେଞ୍ଜର । ଯାହାର ତଦନ୍ତ ପରେ ଜୟପୁର ବନଖଣ୍ଡ ଅଧିକାରୀ ଏହି ପଦକ୍ଷେପ ନେଇଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ