Masthead

ଆକାଶ ଛୁଆଁ ପରିବା ଦର: ଗ୍ରାହକ ଡାକୁଛି ତ୍ରାହି ତ୍ରାହି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆକାଶ ଛୁଆଁ ପରିବା ଦର । ଖାଉଟି ମୁଣ୍ଡ ଉପରେ ପାହାର । ଖାଇବା ତେଲ, ଡାଲି ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପରେ ଏବେ ପରିବା ବଜାରରରେ ନିଆଁ ଲାଗିଛି । ଆକାଶଛୁଆ ପରିବା ଦର ଖାଉଟିଙ୍କୁ ଅଣନିଃଶ୍ୱାସୀ କରି ପକାଉଛି । ସପ୍ତାହକ ଭିତରେ ଦର ଦୁଇଗୁଣରୁ ଅଧିକ ହୋଇଛି । ଅଧିକାଂଶ ପରିବାର ଦାମ୍ ୫୦ ଟଙ୍କା ଉପରେ ରହିଛି । ରାଜ୍ୟ ବାହାରୁ ଆସୁଥିବା ବନ୍ଧାକୋବି, ଫୁଲକୋବି, ବିନ୍, ଗାଜର, ଟମାଟୋ ଆଦିକୁ କିଣିବା ସାଧାରଣ ଖାଉଟିଙ୍କ ସାମର୍ଥ୍ୟ ବାହାରକୁ ଗଲାଣି । କାର୍ତ୍ତିକ ମାସରେ ପରିବା ଆହୁରି ବଢିବା ଆଶଙ୍କା ଥିବାରୁ କଁ ଖାଇବେ, କେମିତି ପରିବାର ଚଳାଇବେ ତାକୁ ନେଇ ଲୋକେ ଚିନ୍ତାରେ ପଜିଲେଣି । ଅବସ୍ଥା ଏଭଳି ହେଲାଣି ଭାତ ଥାଳିରୁ ସବୁଜ ପରିବା ଦର ବୃଦ୍ଧି ପାଇଁ କେତେବେଳେ ପଡୋଶୀ ରାଜ୍ୟ ତ ଆଉ କେତେବେଳେ ଅଭାବୀ ବିକ୍ରୀ ଓ ତୈଳ ଦରବୃଦ୍ଧିକୁ ଦାୟୀ କରାଯାଉଛି । ଏହି ଦୋଷ ଲଦାଲଦି ଭିତରେ ଖାଉଟିମାନେ ପୋଡି ହେଉଛନ୍ତି ।

ଅନ୍ୟପଟେ ଟମାଟୋ ବାଙ୍ଗାଲୋର, କଦଳୀ ଆନ୍ଧ୍ର, ପିଆଜ ନାସିକରୁ ଆସୁଛି । ଏଠି ଲୋକାଲ ମାଲ୍ର ସଟେଜ ରହୁଛି । ବାହାର ରାଜ୍ୟରୁ ପରିବା ଆସିବା ପରେ ଆମେ ବିକ୍ରି କରୁଛୁ ବୋଲି କିଛି ବ୍ୟବସାୟୀ କହିଛନ୍ତି । ୪୬ ଟଙ୍କାରେ କିଣିଲେ ୪ ଟଙ୍କା ଲାଭ ରଖିକି ବିକୁଛୁ । ତେବେ ଯଦି ଚଢାଇ ଦରରେ କିଣିବୁ, ସେହି ଅନୁସାରେ ବିକ୍ରି କରିବୁ । ଏହା ସହ ପରିବା ରେଟ୍ ବଢୁଥିବାରୁ ଆଗଭଳି ବେପାର ହେଉନଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଅକ୍ଟୋବରରେ ପରିବା ଦର ବଢୁଥିବା ଦେଖିବାକୁ ମିଳୁଛି । କାରଣ ଅକ୍ଟୋବର ମାସରେ ଅତ୍ୟଧିକ ବର୍ଷା ଓ ଲଘୁଚାପ ଜନିତ ବର୍ଷା କାରଣରୁ ପରିବା ଚାଷ ନଷ୍ଟ ହୋଇଥାଏ । ଯାହାର ପ୍ରଭାବରେ ଦର ଦାମ୍ ବଢୁଥିବା ଅନୁମାନ କରାଯାଉଛି ।

ଅପରପକ୍ଷେ ଜମିରେ ପାଣି ଜମିବା କାରଣରୁ ଚାଷ ନଷ୍ଟ ହୋଇଥାଏ । ଅନ୍ୟମାସ ଗୁଡିକରେ ୭୫ ପ୍ରତିଶତ ପନିପରିବା ରାଜ୍ୟରୁ ମିଳୁଥିବା ବେଳେ ଏହି ୩ ମାସ ମାତ୍ର ୨୫ ପ୍ରତିଶତ ଉତ୍ପାଦନ ହୁଏ । ଡିସେମ୍ବର ବେଳକୁ ପରିବା ଦର ଶସ୍ତା ହୋଇଯାଉଥିବା ଦେଖିବାକୁ ମିଳେ । ତେବେ ଡିଜେଲ ଦର ବୃଦ୍ଧି ପରିବା ଦର ବୃଦ୍ଧିର ଅନ୍ୟତମ କାରଣ ବି କୁହାଯିବ । କଟକ ଛତ୍ରବଜାର ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ପରିବା ଆସିଥାଏ । ବେଙ୍ଗାଲୁରୁ ଓ କୋଲକାତାରୁ ବିଲାତି, ନାସିକରୁ ପିଆଜ ଆଦି ଆସିଥାଏ । ହେଲେ ସେସବୁ ରାଜ୍ୟରେ ବର୍ଷା କାରଣରୁ ଚାଷ ଜମିଗୁଡିକରେ ପାଣି ପଶିଯିବାରୁ ଫସଲ ନଷ୍ଟ ହୋଇଛି । ଫଳରେ ପନିପରିବା ଠିକ୍ ସମୟରେ ପହଞ୍ଚି ପାରୁନଥିବା ଦେଖିବାକୁ ମିଳିଛି । ତେଣୁ ଦରଦାମ୍ ଅହେତୁକ ବୃଦ୍ଧି ପାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ