Masthead

ଆଜି ସୁପର ସଣ୍ଡେରେ ସୁପର ମୁକାବିଲା; ଚାମ୍ପିଅନ ଟ୍ରଫିରେ ଭାରତ-ନ୍ୟୁଜିଲାଣ୍ଡ ଫାଇଟ୍‌

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ ) ଆଜି ସୁପର ସଣ୍ଡେରେ ସୁପର ମୁକାବିଲା । ଆଜି ଚାମ୍ପିଅନ ଟ୍ରଫିରେ ଭାରତ-ନ୍ୟୁଜିଲାଣ୍ଡ ଫାଇଟ୍‌ । ଦୁବାଇରେ ଅପରାହ୍ନ ୨ଟା ୩୦ରେ ଆରମ୍ଭ ହେବ ମ୍ୟାଚ୍‌ । ଉଭୟ ଦଳ ସେମି ଫାଇନାଲରେ ସ୍ଥାନ ପକ୍କା କରିଥିବାରୁ ଏହି ମ୍ୟାଚ୍ ସେତେଟା ଗୁରୁତ୍ବପୂର୍ଣ୍ଣ ହେବ ନାହିଁ । ମାତ୍ର ଗ୍ରୁପର ଶୀର୍ଷ ସ୍ଥାନରେ ରହିବାକୁ ସଂଘର୍ଷ କରିବେ ଦୁଇ ଟିମ୍ । ସେହିପରି ମ୍ୟାଚର ଫଳାଫଳରେ ସେମି ଫାଇନାଲ୍ ଲାଇନ୍-ଅପ୍ ମଧ୍ୟ ଚୂଡ଼ାନ୍ତ ହେବ । ଗ୍ରୁପ୍‌-ଏ’ରେ ଭାରତ ଓ ନ୍ୟୁଜିଲାଣ୍ଡ ୨ଟି ଲେଖାଏଁ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରିସାରିଛନ୍ତି । ପଏଣ୍ଟ ତାଲିକାରେ ନ୍ୟୁଜିଲାଣ୍ଡ ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଗ୍ରୁପ୍‌ରୁ ପାକିସ୍ତାନ ଓ ବାଂଲାଦେଶ ବିଦାୟ ନେଇଛନ୍ତି । ଆଜି ମ୍ୟାଚ୍‌ ଉପରେ ସେମି ଫାଇନାଲ୍‌ କ୍ରୀଡ଼ାସୂଚୀ ନିର୍ଭର କରୁଛି । ଗ୍ରୁପ୍‌-ଏ’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିବା ଦଳ ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ଓ ଦ୍ୱିତୀୟ ସ୍ଥାନରେ ରହୁଥିବା ଦଳ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବ । ଗ୍ରୁପ୍‌-ବି’ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ସେହିପରି ଗ୍ରୁପ୍-ବିରୁ ଇଂଲଣ୍ଡ ଓ ଆଫଗାନିସ୍ତାନ ବିଦାୟ ନେଇଛନ୍ତି । ଆଫଗାନିସ୍ତାନ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ହେଁ ବର୍ଷା ଯୋଗୁଁ ଦଳର ସେମି ଫାଇନାଲ୍‌ ସ୍ୱପ୍ନ ମଉଳି ଯାଇଥିଲା । ଇଂଲଣ୍ଡ ୩ଟି ଯାକ ଲିଗ୍‌ ମ୍ୟାଚ୍‌ ହାରିଥିଲା । ଆଜିର ମ୍ୟାଚରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶତକ ଇନିଂସ ଖେଳିଥିଲେ କୋହଲି । ସେ ଆଜି ସପ୍ତମ ଭାରତୀୟ ଭାବେ ୩୦୦ତମ ଦିନିକିଆ ଖେଳିବେ । ଭାରତ ଏହି ମ୍ୟାଚ୍‌ ପାଇଁ ଏକାଦଶରେ ପରିବର୍ତ୍ତନ କରିବା ନିଶ୍ଚିତ । ପେସ୍‌ ବୋଲର ମହମ୍ମଦ ସାମିଙ୍କୁ ସେମି ଫାଇନାଲ୍‌ ପାଇଁ ସାଇତି ରଖିବା ପାଇଁ ଆସନ୍ତାକାଲି ବିଶ୍ରାମ ଦିଆଯିବ ।

ତାଙ୍କ ସ୍ଥାନରେ ଅର୍ଶଦୀପ ସିଂହ ଖେଳିବେ । ସେହିପରି କେଏଲ ରାହୁଲଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । ନ୍ୟୁଜିଲାଣ୍ଡ ଦଳରେ ୪ଜଣ ବାମ ହାତି ବ୍ୟାଟର ରହିଛନ୍ତି । ତେଣୁ ଭାରତ ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେଇ ୱାସିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିବ । ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ ପରିବର୍ତ୍ତନ ହେବ । ପ୍ରମୁଖ ମଧ୍ୟକ୍ରମ ବ୍ୟାଟର ଡାରିଲ ମିଚେଲ ଫିଟ୍‌ ଘୋଷିତ ହୋଇଛନ୍ତି । ଫଳରେ ସେ ଆଜି ଏକାଦଶକୁ ଫେରିବେ । ଭାରତ ୨୫ବର୍ଷ ତଳ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଚାମ୍ପିଅନ୍ସ ଟ୍ରଫିରେ ଉଭୟ ଦଳ ପୂର୍ବରୁ ଥରେ ମାତ୍ର ସାମ୍ନାସାମ୍ନି ହୋଇଥିଲେ । ୨୦୦୦ ମସିହାରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିଅନ୍‌ ହୋଇଥିଲା । ଏହି ମ୍ୟାଚ୍‌ରେ କ୍ରିସ୍ କେର୍ଣ୍ଣସ ଅପରାଜିତ ଶତକ ଅର୍ଜନ କରି ଦଳକୁ ଜିତାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା