Masthead

କର ବା ମର ସ୍ଥିତିରେ ମୁହାଁମୁହିଁ ହେବେ ରାଜସ୍ଥାନ-ଚେନ୍ନାଇ

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଇପିଏଲ ତ୍ରୟୋଦଶ ସିଜିନର ୩୭ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ। ଉଭୟ ଦଳ ଆଜି ସେମାନଙ୍କ ଦଶମ ମ୍ୟାଚ ଆବୁଧାବିରେ ଖେଳିବେ। ଚେନ୍ନାଇ ୯ଟି ମ୍ୟାଚ ଖେଳି ୩ଟି ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ଥିବାବେଳେ ରାଜସ୍ଥାନ ୯ ମ୍ୟାଚରୁ ୩ ବିଜୟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି। ଦୁଇ ଦଳ ସେମାନଙ୍କ ପୂର୍ବ ମ୍ୟାଚ ହାରିଛନ୍ତି। ପଏଣ୍ଟ ଟେବୁଲର ଟପ୍-୪ ଦଳ ମଧ୍ୟରେ ରହିବାକୁ ହେଲେ ଆଜିର ମ୍ୟାଚ ଜିତିବା ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଆଇପିଏଲ ଇତିହାସରେ ଉଭୟ ଦଳ ୨୨ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଚେନ୍ନାଇ ୧୪ ଓ ରାଜସ୍ଥାନ ୮ ମ୍ୟାଚରେ ବାଜି ମାରିଛି। ଚଳିତ ସିଜନରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇକୁ ୧୬ରନରେ ପରାସ୍ତ କରିଥିଲା ରାଜସ୍ଥାନ। ଆଜିର ମ୍ୟାଚ ଜିତି ଚେନ୍ନାଇ ପୂର୍ବ ମ୍ୟାଚ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଉଭୟ ଦଳ ସେମାନଙ୍କ ପୂର୍ବ ମ୍ୟାଚ ପରାଜୟ ବରଣ କରିଥିଲେ। ପୂର୍ବ ମ୍ୟାଚରେ ଚେନ୍ନାଇକୁ ଲାଗିଥିଲା ବଡ଼ ଝଟକା। ମ୍ୟାଚ ପରାଜୟ ପରେ ଚେନ୍ନାଇ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋଙ୍କୁ ଗଭୀର ଆଘାତ ଲାଗିଥିଲା। ଫଳରେ ସେ ଦୁଇ ସପ୍ତାହ ପାଇଁ ଖେଳିପାରିବେ ନାହିଁ ବୋଲି ସୂଚନା ମିଳିଛି। ତେବେ ଆଜିର ଏହି କର ବା ମର ସ୍ଥିତିରେ ଉଭୟ ଦଳରେ କିଛିଟା ପରିର୍ତ୍ତନ କରାଯିବ ବୋଲି ଆଶା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’