Masthead

ସଂସଦ ଭିତରେ ହାଇଡ୍ରାମା, ଶାସକ-ବିରୋଧୀ ଭିତରେ ଉଡିଲା ବିଧା, ଗୋଇଠା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦ ଭିତରେ ହାଇଡ୍ରାମା । ଶାସକ-ବିରୋଧୀ ଭିତରେ ବିଧା, ଗୋଇଠା, ଚୁଟି ଝିଙ୍କାଝିଙ୍କି । ଖାଲି ଧସ୍ତାଧସ୍ତି କି ଠେଲାପେଲା ନୁହେଁ, ଜୋରଦାର ହାତାହାତି ଓ ଗଡ଼ାପଡ଼ା ହେଲେ ବିରୋଧୀ ଓ ଶାସକ ସାଂସଦ । ୪ ମନ୍ତ୍ରୀଙ୍କ ନିଯୁକ୍ତିକୁ ମାନିବାକୁ ସିଧାସିଧା ମନା କରିଦେଇଥିଲା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ନେତୃତ୍ୱାଧୀନ ବିରୋଧୀ ଦଳ ଏମଡିପି । ଗତକାଲି ରାଷ୍ଟ୍ରପତି ମୁଇଜୁ ମନ୍ତ୍ରିମଣ୍ଡଳର ସଂସଦୀୟ ମଂଜୁରୀ ପାଇଁ ବସିଥିଲା ସ୍ୱତନ୍ତ୍ର ଅଧିବେଶନ ।

କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ରବିବାର ସଂସଦରେ ଶାସକ ମେଣ୍ଟ ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଜଣେ ସାଂସଦ ତଳେ ପଡ଼ିଯାଇଥିବା ବେଳେ ଅନ୍ୟ ଜଣେ ସାଂସଦ ତାଙ୍କୁ ଟାଣି ନିଜ ଗୋଡ଼ରେ ବେକକୁ ଚାପି ଦେଉଥିବା ଦେଖିବାକୁ ମିଳିଛି । କିଛି ସାଂସଦ ମଧ୍ୟ ସେମାନଙ୍କୁ ଅଲଗା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଶାସକ ଦଳ ପାଇଁ ଉଦ୍ଦିଷ୍ଟ ଚେମ୍ବରରେ ବିରୋଧୀ ସାଂସଦମାନଙ୍କୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।

ବିରୋଧୀ ଦଳ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମନ୍ତ୍ରିମଣ୍ଡଳରେ ୪ ଜଣ ସାଂସଦଙ୍କୁ ଅନୁମତି ଦେବାକୁ ମନା କରିବା ପରେ ସାଂସଦଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିଲା । ସଂସଦରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିରେ ଶାହିମ ଆହତ ହୋଇଥିବା ସୂଚନା ମିଳିଛି । ଏହି ତୁମୁଳକାଣ୍ଡ ପରେ ଗୃହକାର୍ଯ୍ୟ ମୁଲତବି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା