Masthead

ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ

ଆସିକା (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠରେ ଥିବା ସଵଡିଭିଜନ ମେଡିକାଲ ପଛପଟେ ଥିବା ଜଳ ସମ୍ପଦ ବିଭାଗ ସେଚାଞ୍ଚଳ ଉନ୍ନୟନ ଖଣ୍ଡ -୮ ନିର୍ବାହୀ କୃଷି ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି । ଗତକାଲି ସଂଧ୍ୟା ସମୟରେ ଭିଜିଲାନ୍ସ ଏସପି ସୁରେଶ କହଁରଙ୍କ ନେତୃତ୍ୱରେ ଭିଜିଲାନ୍ସ ଇନ୍ସପେକ୍ଟର ନିରଞ୍ଜନ ରାଉତ ଏବଂ ତାଙ୍କ ଟିମ ସଦଳବଳେ ଚଢ଼ାଉ କରିଥିଲେ ।

ଏହି ଚଢାଉ ବେଳେ ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ ଜୁନିୟର କ୍ଲର୍କ କୈଳାସ ଚନ୍ଦ୍ର ବେହେରାଙ୍କୁ କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ ଧରିଥିଲେ । ଅଫିସରେ ଭଡା ସୂତ୍ରରେ ଲାଗିଥିବା ବୋଲେରୋ ଗାଡିର ତେଲ ଓ ଭଡା ବାବଦକୁ ବିଲ କରାଇବା ପାଇଁ ଲାଞ୍ଚ ମାଗିଥିଲେ । ଏହିଗାଡି ହିଞ୍ଜିଳି ଅଞ୍ଚଳର ଜଣେ ମାଲିକ ଅଫିସରେ ଭଡା ସୂତ୍ରରେ ଲଗାଇ ଥିଲେ । ବିଭିନ୍ନ ପଞ୍ଚାୟତରେ ପାଣି ପଞ୍ଚାୟତ ଗଠନ କରି ବିଲରେ ଜଳସେଚନ ପାଇଁ ଏହି ଅଫିସ ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲା । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା