Masthead

ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିପାରେ ବଡ଼ ଝଟ୍‌କା

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିପାରେ ବଡ଼ ଝଟ୍‌କା । ନିକଟତମ ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି । ୨୦୨୪ ଲୋକସଭା ନିର୍ବାଚନର ଠିକ୍‌ ପୂର୍ବରୁ ଟିଏମ୍‌ସି ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଘୋଷଣା କରନ୍ତି ତେବେ ମମତା ବାନାର୍ଜୀଙ୍କ ଲାଗି ଏହା ବଡ଼ ଝଟ୍‌କା ହେବ। ଗୋଟିଏ ପଟେ ଅନ୍ୟ ରାଜନୈତିକ ଦଳ ସାଂଗଠନିକସ୍ତରରେ ମଜଭୂତ ହେବାକୁ ସମସ୍ତ କୌଶଳ ଆପଣାଉଥିବା ବେଳେ ମମତାଙ୍କ ଦଳରେ ବିଦ୍ରୋହ ଦେଖାଦେଇଛି।

କାରଣ ପାଖଲୋକ କୁହାଯାଉଥିବା କୁନାଲ ଘୋଷ ତାଙ୍କ ଉପରେ ଖପ୍ପା ହୋଇଛନ୍ତି। ଦଳର ମୁଖପାତ୍ର ଥିବା କୁନାଲ ଶୁକ୍ରବାର ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ଟିଏମ୍‌ସି ନେତା ଭାବେ ପରିଚୟକୁ ହଟାଇ ଦେଇଛନ୍ତି। କୁନାଲ ମୁଖପାତ୍ର ହେବା ସହ ତୃଣମୂଳ କଂଗ୍ରେସର ପଶ୍ଚିମବଙ୍ଗର ମହାସଚିବ ମଧ୍ୟ। ଏବେ ‘ଏକ୍ସ’ର ବାୟୋରେ ସେ ନିଜକୁ କେବଳ ଜଣେ ଖବରଦାତା ଏବଂ ସାମାଜିକକର୍ମୀ ବୋଲି କହିଛନ୍ତି। ଏହାଛଡ଼ା କାହାର ନାଁ ନ ନେଇ ତୃଣମୂଳ କଂଗ୍ରେସର ଏକ ଗୋଷ୍ଠୀକୁ ଦୋଷୀ କହି ଏକ ପୋଷ୍ଟ କରିଛନ୍ତି।

କୁନାଲ ଲେଖିଛନ୍ତି, ନେତା ଅକ୍ଷମ, ସ୍ବାର୍ଥୀ, ଗୁଣ୍ଡାଗର୍ଦ୍ଦିରେ ଲିପ୍ତ। ଅନୈତିକ କାର୍ଯ୍ୟର ଆଶ୍ରା ନେଉଛନ୍ତି। ମମତା-ଅଭିଷେକ ବାନାର୍ଜୀଙ୍କ ପ୍ରତି ସାଧାରଣ ଟିଏମ୍‌ସି କର୍ମୀଙ୍କ ଭାବନାକୁ ନେଇ ନିର୍ବାଚନ ଜିତିବା ପରେ ସେମାନେ ପୁଣି ନିଜ ସ୍ବାର୍ଥ ସାଧନରେ ଲାଗିଯିବେ। ଏଭଳି ବାରମ୍ବାର ହୋଇପାରିବ ନାହିଁ। ଏହି ପୋଷ୍ଟ ପରେ କୁନାଲ ସଙ୍କେତରେ କୋଲକାତା ରାଜନୀତି ଏବଂ ନେତାଙ୍କୁ କଟାକ୍ଷ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼