ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ଛାତ୍ର

ରାଇଘର (ବଡ଼ ଖବର ବ୍ୟୁରୋ): ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ଛାତ୍ର । ଏଭଳି ଘଟଣା ଘଟିଛି କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମରେ । ଶିକ୍ଷକଙ୍କ ମାଡ଼ରେ ଛାତ୍ର ଲହୁ ଲୁହାଣ ହୋଇଥିବା ଜଣାପଡିଛି । ଏନେଇ କୁନ୍ଦେଇ ଥାନାରେ ଏତଲା ଦିଆ ଯାଇଛି । ଏତଲା ଅନୁଯାୟୀ କାନାଡିହି ଗ୍ରାମର ଲଗନୁ ଶତନାମିଙ୍କ ପୁଅ ଧନରାଜ ସତନାମୀ ହାଟଭରଣ୍ଡି ସହିଦ ବିର୍ସାମୁଣ୍ଡା ଘରୋଇ ସ୍କୁଲରେ ପାଠ ପଢ଼ୁଥିଲେ । ପ୍ରତିଦିନ ପରି ଆଜି ମଧ୍ୟ ସକାଳ ୮ଟା ସମୟରେ ସ୍କୁଲ ଯାଇଥିଲା । ଘରକୁ ଫେରିବା ପରେ ପିଲାର ସାର୍ଟ ଖୋଲି ଦେଖିଲା ବେଳକୁ ପିଠି ସାରା ନୋଳା ଫାଟି ଯାଇଛି । ଏହା ଦେଖି ପରିବାର ଲୋକଙ୍କ ପକ୍ଷରୁ  କୁନ୍ଦେଇ ଥାନାରେ ଶିକ୍ଷକଙ୍କ ନାଁରେ ଅଭିଯୋଗ କରିଥିଲେ । ଘଟଣାକୁ କେନ୍ଦ୍ର କରି ପୋଲିସ ଏକ ମାମଲା ରୁଜୁ କରି ଶିକ୍ଷକଙ୍କ ଥାନାରେ ଅଟକ ରଖିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ