Masthead

ଧରାପଡିଲେ କୋଟିପତି ଅଧ୍ୟାପକ

ଗଜପତି, (ବଡ଼ ଖବରୁ ବ୍ୟୁରୋ): ଗଜପତି ଜିଲ୍ଲା ଗୁରାଣ୍ଡି ମୀନକେତନ ଡିଗ୍ରୀ କଲେଜର ଅଧ୍ୟାପକ ଜି.ନାଗେଶ୍ୱର ରାଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରାଯାଇଛି । ଏକା ସାଙ୍ଗରେ ୬ଟି ସ୍ଥାନରେ ହୋଇଛି ରେଡ଼ । ନାଗେଶ୍ୱରଙ୍କ ପାରଳାଖେମୁଣ୍ଡି ସହରର ରାଧାଗୋବିନ୍ଦ ନଗରରେ ଥିବା ଘର, ବେତାଗୁଡ଼ା ମାର୍କେଟ କମ୍ଫେ୍ଳକ୍ସ, ବୁର୍ଜାଙ୍ଗସ୍ଥିତ ପୈତୃକ ଘର, ଆନ୍ଧ୍ରପ୍ରଦେଶ ଚିପୁରପଲ୍ଲିରେ ଥିବା ଶ୍ୱଶୁର ଘରେ ମଧ୍ୟ ଚଢ଼ଉ କରାଯାଇଛି । ନାଗେଶ୍ୱରଙ୍କ ଘରୁ ନଗଦ ୩୧ ଲକ୍ଷ ଟଙ୍କା, ଏକାଧିକ ବ୍ୟାଙ୍କର ପାସବୁକ, ବିଭିନ୍ନ ସ୍ଥାନରେ ଥିବା ଜମିପଟ୍ଟା ଓ ସୁନା ଗହଣା ଆଦି ଜବତ କରାଯାଇଛି । ଶେଷ ଖବର ମିଳିବା ସୁଦ୍ଧା ଏକ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଛି । ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ସରିବା ପରେ ପ୍ରକୃତରେ ସରକାରୀ ଅନୁଦାନ ପ୍ରାପ୍ତ କଲେଜର ଜଣେ ଅଧ୍ୟାପକଙ୍କ ପାଖରେ କେତେ ପରିମାଣର ସଂପତ୍ତି ରହିଛି ତାହା ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଡିଏସପି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ