Masthead

ବିନା ଭକ୍ତରେ ଚାଲିଛି ନବରାତ୍ରୀ ପୂଜା

କଟକ (ବଡ଼ ଖବର ବ୍ୟୁରୋ): ଆସିଛି ପାର୍ବଣ । କରୋନା ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଥିବା ବେଳେ ପାର୍ବଣର ଖୁସିକୁ ମଧ୍ୟ ଛଡାଇନେଇଛି । ତଥାପି ପରମ୍ପରା ବଜାୟ ରଖିବା ପାଇଁ ସବୁ ସ୍ତରରେ ଚାଲିଛି ଉଦ୍ୟମ ।

ଶକ୍ତିପୀଠଗୁଡିକରେ ଚାଲିଛି ନବରାତ୍ରୀ ପୂଜା । କଟକର ଚଣ୍ଡୀ, ଭଦ୍ରକର କାଳୀ, ବଡମ୍ବାର ଭଟ୍ଟାରିକା, ବାଙ୍କୀର ଚର୍ଚ୍ଚିକା, ଶ୍ରୀମନ୍ଦିରରେ ମା’ ବିମଳା, କାକଟପୁରର ମା’ ମଙ୍ଗଳା, ସମ୍ବଲପୁରର ମା’ ସମଲେଇ, ବାଣପୁରର ଭଗବତୀ ପ୍ରଭୃତି ଶକ୍ତିପୀଠଗୁଡିକରେ ଆଜି ନବରାତ୍ରର ତୃତୀୟ ଦିନ ପୂଜାବିଧି ଅନୁସାରେ ଅନୁଷ୍ଠିତ ହେଉଛି । କରୋନା କଟକଣା ଭିତରେ ଏହି ପୂଜା ସମ୍ପାଦିତ ହେଉଛି । କହିହାକୁ ଗଲେ ବିନା ଭକ୍ତରେ ପାଳିତ ହେଉଛି ନବରାତ୍ରୀ ପୂଜା ।

ହିନ୍ଦୁଧର୍ମ ତଥା ଗାଣିତିକ ହିସାବ ଅନୁଯାୟୀ ଏହି ନବରାତ୍ର ସବୁ ରାତିଠାରୁ ଅଧିକ ପୂଣ୍ୟ । ଆଶ୍ଚର୍ଯ୍ୟ ହେବେ, ଏହି ନବରାତ୍ରରେ ୯ ସଂଖ୍ୟାର ମହତ୍ୱ ଅଲଗା । ଆମର ଦୈନନ୍ଦିନ ଜୀବନରେ ୯ ସଂଖ୍ୟାର ବହୁତ ପ୍ରଭାବ ରହିଛି । ପିଲାଟିଏ ନିଜ ମା’ ଗର୍ଭରେ ରହେ ୯ ମାସ, ଆମର ଦିନଚର୍ଯ୍ୟ ଆରମ୍ଭ ହୁଏ ପ୍ରାୟତଃ ୯ଟାରୁ, ଅଫିସରେ କାମ ସମୟ ମଧ୍ୟ ୯ ଘଣ୍ଟା, ଗ୍ରହ ମଧ୍ୟ ୯ଟି, ରତ୍ନ ମଧ୍ୟରେ ଶ୍ରେଷ୍ଠ ନବରତ୍ନ । ସବୁଠାରୁ ଆଶ୍ଚର୍ଯ୍ୟ ୯ ସଂଖ୍ୟାର ଗୁଣନ, ୯ ଅଙ୍କରେ ୯ର ପ୍ରତି ଗୁଣନ ଫଳ ଯାହାକୁ ମିଶାଇଲେ ବି ୯ ହିଁ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ