ବିନା ଭକ୍ତରେ ଚାଲିଛି ନବରାତ୍ରୀ ପୂଜା

କଟକ (ବଡ଼ ଖବର ବ୍ୟୁରୋ): ଆସିଛି ପାର୍ବଣ । କରୋନା ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଥିବା ବେଳେ ପାର୍ବଣର ଖୁସିକୁ ମଧ୍ୟ ଛଡାଇନେଇଛି । ତଥାପି ପରମ୍ପରା ବଜାୟ ରଖିବା ପାଇଁ ସବୁ ସ୍ତରରେ ଚାଲିଛି ଉଦ୍ୟମ ।

ଶକ୍ତିପୀଠଗୁଡିକରେ ଚାଲିଛି ନବରାତ୍ରୀ ପୂଜା । କଟକର ଚଣ୍ଡୀ, ଭଦ୍ରକର କାଳୀ, ବଡମ୍ବାର ଭଟ୍ଟାରିକା, ବାଙ୍କୀର ଚର୍ଚ୍ଚିକା, ଶ୍ରୀମନ୍ଦିରରେ ମା’ ବିମଳା, କାକଟପୁରର ମା’ ମଙ୍ଗଳା, ସମ୍ବଲପୁରର ମା’ ସମଲେଇ, ବାଣପୁରର ଭଗବତୀ ପ୍ରଭୃତି ଶକ୍ତିପୀଠଗୁଡିକରେ ଆଜି ନବରାତ୍ରର ତୃତୀୟ ଦିନ ପୂଜାବିଧି ଅନୁସାରେ ଅନୁଷ୍ଠିତ ହେଉଛି । କରୋନା କଟକଣା ଭିତରେ ଏହି ପୂଜା ସମ୍ପାଦିତ ହେଉଛି । କହିହାକୁ ଗଲେ ବିନା ଭକ୍ତରେ ପାଳିତ ହେଉଛି ନବରାତ୍ରୀ ପୂଜା ।

ହିନ୍ଦୁଧର୍ମ ତଥା ଗାଣିତିକ ହିସାବ ଅନୁଯାୟୀ ଏହି ନବରାତ୍ର ସବୁ ରାତିଠାରୁ ଅଧିକ ପୂଣ୍ୟ । ଆଶ୍ଚର୍ଯ୍ୟ ହେବେ, ଏହି ନବରାତ୍ରରେ ୯ ସଂଖ୍ୟାର ମହତ୍ୱ ଅଲଗା । ଆମର ଦୈନନ୍ଦିନ ଜୀବନରେ ୯ ସଂଖ୍ୟାର ବହୁତ ପ୍ରଭାବ ରହିଛି । ପିଲାଟିଏ ନିଜ ମା’ ଗର୍ଭରେ ରହେ ୯ ମାସ, ଆମର ଦିନଚର୍ଯ୍ୟ ଆରମ୍ଭ ହୁଏ ପ୍ରାୟତଃ ୯ଟାରୁ, ଅଫିସରେ କାମ ସମୟ ମଧ୍ୟ ୯ ଘଣ୍ଟା, ଗ୍ରହ ମଧ୍ୟ ୯ଟି, ରତ୍ନ ମଧ୍ୟରେ ଶ୍ରେଷ୍ଠ ନବରତ୍ନ । ସବୁଠାରୁ ଆଶ୍ଚର୍ଯ୍ୟ ୯ ସଂଖ୍ୟାର ଗୁଣନ, ୯ ଅଙ୍କରେ ୯ର ପ୍ରତି ଗୁଣନ ଫଳ ଯାହାକୁ ମିଶାଇଲେ ବି ୯ ହିଁ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!