Masthead

ସତ୍ୟବ୍ରତଙ୍କ ସତ୍ୟାଗ୍ରହ

ନରସିଂହପୁର, (ବଡ଼ ଖବର ବ୍ୟୁରୋ): ହାତରେ ତ୍ରିରଙ୍ଗା ପତକା ଆଉ ବେକରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ଲାକାର୍ଡ । ଦିନେ ନୁହେଁ କି ଦୁଇଦିନ ନୁହେଁ ଦୀର୍ଘ ୪୬୪ ଦିନ ଧରି ପାଦରେ ଚାଲି ଚାଲି ଯାତ୍ରା କରୁଛନ୍ତି ଏହି ଯୁବକ। ସେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଭଗବାନ ସିନ୍ଧୋଲ ଗ୍ରାମର ସତ୍ୟବ୍ରତ ଦାସ । ସେ ଜଣେ ଉଚ୍ଚ ଶିକ୍ଷିତ । ତାଙ୍କର ଉଦ୍ଦେଶ୍ୟ ନିଜ ଜନ୍ମମାଟି ଓଡିଶା କୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବା। ୨୦୧୯ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକରୁ ଆରମ୍ଭ ହୋଇଥିଲା ତାଙ୍କର ପଦଯାତ୍ରା। ଆଜିସୁଦ୍ଧା ସେ ୪୭୮ ଦିନ ହେବ ୯ ହଜାର କିଲୋମିଟର ଚାଲିଚାଲି ଓଡ଼ିଶାର ୨୬୩ଟି ବ୍ଲକରେ ପହଞ୍ଚି ସାରିଛନ୍ତି। ପ୍ରତି ବ୍ଲକରେ ପହଞ୍ଚି ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ପ୍ରଦାନ କରିଛନ୍ତି। ତେବେ ସେ ଆଜି କଟକ ଜିଲ୍ଲା ନରସିଂହପୁର ବ୍ଲକରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ତାଙ୍କର ଏଭଳି ପ୍ରୟାସକୁ ଭୂୟଂସୀ ପ୍ରଶଂସା କରାଯାଇଛି । ପରେ ସେ ନରସିଂହପୁର ବିଡିଓଙ୍କ ନିକଟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ।

 

ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାସହ ରାଜସ୍ୱ କ୍ଷତି ହେଉଛି । ବେରୋଜଗାରୀ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି । ଯଦି ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ମିଳେ, ତେବେ ସାଢେ ୪ କୋଟି ଓଡିଆ ଉପକୃତ ହୋଇପାରିବେ ବୋଲି କହିଛନ୍ତି ସତ୍ୟବ୍ରତ। ସାଢେ ୪ କୋଟି ଓଡିଆଙ୍କୁ ସଚେତନ କରାଇବା ହେଉଛି ତାଙ୍କର ଲକ୍ଷ୍ୟ । ସେହିପରି ମହାନଦୀ ଜଳ ବିବାଦର ସମାଧାନ, ପୋଲାଭରମ ପ୍ରକଳ୍ପକୁ ବନ୍ଦ କରିବା ଆଦି ଦାବି ନେଇ ସତ୍ୟବ୍ରତ ଓହ୍ଲାଇଛନ୍ତି ସତ୍ୟାଗ୍ରହକୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’ 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’