ବାସୁଦେବପୁର (ବଡ଼ ଖବର ବ୍ୟୁରୋ): ରାସ୍ତା ନାହିଁ ତ ଭୋଟ ନାହିଁ । ପିଚୁ ରାସ୍ତା ଦୂରର କଥା ପକା ରାସ୍ତାଟିଏ ମଧ୍ୟ ନାହିଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାସୁଦେବପୁର ବ୍ଲକର ବିନୋବାଭାବେନଗର ପଂଚାୟତରେ । ପଞ୍ଚୟାତର ଏହି ରାସ୍ତାରେ ଆଖପାଖ ୭ ଗୋଟି ପଂଚାୟତର ୭୦ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି । ହେଲେ ରାସ୍ତ ପାଇଁ ଘରୁ ବାହାରିବା କଷ୍ଟ ହେଇପଡୁଛି । ଦୀର୍ଘ ୪କିଲୋମିଟର ରାସ୍ତା ପୁରା କାଦୁଅରେ ଭରା । ରାସ୍ତା ସାରା ୧ଫୁଟରୁ ୨ଫୁଟର କାଦୁଅ । ଯାହା ଫଳରେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଂଚିତ ରହୁଛନ୍ତି ପଞ୍ଚାୟତବାସୀ । ନା ଗାଁ ଭିତରକୁ ଆମ୍ବୁଲାନ୍ସ ଟିଏ ଯାଇପାରୁଛି ନା ଦମକଳ ଗାଡିଟିଏ ଆସିପାରୁଛି । ନିର୍ବାଚନ ଆସିଲେ ନେତାମାନେ ବହୁ ପ୍ରତିଶୃତି ଦେଇଥାନ୍ତି କିନ୍ତୁ ସବୁ ପ୍ରତି ସୃତି କଥାରେ ରହି ଯାଇଛି । ହେଲେ କାମରେ ଲାଗୁନି ପ୍ରତିଶୃତି । ଯେଉଁଥିପାଇଁ ଲୋକ କହୁଛନ୍ତି ଏଥର ରାସ୍ତା ନାହିଁ ତ ଭୋଟ ନାହିଁ।