Masthead

କଟକଣା ମଧ୍ୟରେ ପାଳନ ହେଉଛି ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଆଜି ହେଉଛି ପଶ୍ଚିମ ଓଡ଼ିଶାର ସିଘା ତିହାର ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଏହି ମହାନ୍ ଗଣପର୍ବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର। ଲଗାତାର ଦ୍ବିତୀୟ ବର୍ଷ ପାଇଁ କରୋନା କଟକଣା ମଧ୍ୟରେ ଏହି ଗଣପର୍ବ ପାଳନ ହେବାକୁ ଯାଉଛି। ବାହାରେ କାମ କରୁଥିବା ଲୋକେ ଆସି ନିଜ ନିଜ ଘରେ ପହଞ୍ଚି ଗଲେଣି। ଘରେ ଘରେ ଏବେ ପର୍ବର ମାହୋଲ୍। ଲୋକେ କିଣାବିକା ଓ ନୂଆଁଖାଇ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

ଗତ ବର୍ଷ ନୂଆଁଖାଇ ସମୟରେ କରୋନା ପ୍ରକୋପ ଅଧିକ ଥିଲାବେଳେ ଚଳିତ ବର୍ଷ ସ୍ଥିତି ଅପେକ୍ଷାକୃତ ଭଲ ରହିଛି। କିନ୍ତୁ ଏଥର ଆସନ୍ନ ମରୁଡ଼ିକୁ ନେଇ ଚାଷୀକୁଳ ଚିନ୍ତାରେ ରହିଛି। ନୂଆଁଖାଇ କୃଷିଭିତ୍ତିକ ପର୍ବ ହୋଇଥିବାବେଳେ ଚାଷୀ ଘରେ ଏହାର ଜମକ ସବୁଠୁ ବେଶୀ। ହେଲେ ଚଳିତ ବର୍ଷ ଚିନ୍ତାରେ ଥିବାରୁ ଚାଷୀ ମନରେ ଉତ୍ସାହ ନାହିଁ। ତଥାପି ସବୁ ଝଡ଼ଝଞ୍ଜା ମଧ୍ୟରେ ଏହି ଗଣପର୍ବ ପାଳନ ପାଇଁ ଚାଷୀ ପରିବାର ଗୁଡ଼ିକରେ ପ୍ରସ୍ତୁତି ଚାଲିଛି। ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ଶନିବାର ପୂର୍ବାହ୍ନ ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନବାଂଶେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହେବ।

ସେହିପରି ପାଟଣାଗଡ଼ରେ ମା’ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ରେ ମା’ ସମଲେଶ୍ବରୀ, ସୁବର୍ଣ୍ଣପୁରରେ ମା’ ସୁରେଶ୍ବରୀଙ୍କଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ହେବ। ଏହାପରେ ଲୋକେ ଅନ୍ୟ ଦେବାଦେବୀ, ଗ୍ରାମ ଦେବାଦେବୀ, କୁଳ ଦେବତାଙ୍କୁ ନୂଆ ଭୋଗ ଲାଗି କରିବେ। ଗାଁରୁ ସହର ସବୁ ସ୍ଥାନରେ ଅଧିଷ୍ଠିତ ଦେବାଦେବୀଙ୍କୁ ନବାନ୍ନ ଲାଗି ହେବ। ଏହାପରେ ପ୍ରତି ପରିବାରରେ ଇଷ୍ଟ ଦେବାଦେବୀଙ୍କଠାରେ ନବାନ୍ନ ଲାଗି ହୋଇ ନୂଆଁଖାଇ ପର୍ବ ଆରମ୍ଭ ହେବ। ପରିବାରର ସମସ୍ତ ସଦସ୍ୟ ଗୋଟିଏ ସ୍ଥାନରେ ସମବେତ ହୋଇ ନବାନ୍ନ ଖାଇବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା