Masthead

ଭାରତ ପାଇଁ ଫାଇଜର ଚାଲେଞ୍ଜ

ବ୍ରିଟେନ/ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଫାଇଜର ବୟୋଟେକ୍ କୋଭିଡ-୧୯ ଟିକାକୁ ଜରୁରୀକାଳୀନ ଅନିମୋଦନ କରିବାରେ ବ୍ରିଟେନ ପ୍ରଥମ ଦେଶ ହୋଇଛି । ସେପଟେ ଆମେରିକାର ଫାର୍ମ କହିଛି ଭାରତ ସରକାରଙ୍କ ସହ ମିଶି ସୁଯୋଗ ଖୋଜିବା ପାଇଁ ଏହା ପ୍ରତିଶ୍ରୁତିବଦ୍ଧ । ତେବେ ବିଶେଷଜ୍ଞ କହିଛନ୍ତି, ଏହି ଟିକା ଭାରତ ପାଇଁ ଚ୍ୟାଲେଞ୍ଜିଂ ହେବ । କାରଣ ଏଥିପାଇଁ ୭୦ ଡିଗ୍ରୀର ଷ୍ଟୋରେଜ ଆବଶ୍ୟକତା ହେଉଛି । ଫାଇଜର ମୁଖପାତ୍ର ରୋମା ନାୟର କହିଛନ୍ତି, ଭାରତ ସରକାରଙ୍କ ସହ କଥାବାର୍ତ୍ତା ଆଗକୁ ନେବାକୁ ଫାଇଜର କର୍ତ୍ତୃପକ୍ଷ ପ୍ରତିଶ୍ରୁତିବଦ୍ଧ । ପ୍ରତ୍ୟେକ ଦେଶର ଭିତ୍ତିଭୂମି ବୃଦ୍ଧି ପାଇଁ ବିଶ୍ୱର ସମସ୍ତ ସରକାରଙ୍କ ସହ କାର୍ଯ୍ୟ କରୁଛୁ । ଭାରତରେ ରୋଲଆଉଟ ପରିଚାଳନା ହୋଇପାରିବ ବୋଲି ସେ ନିଶ୍ଚିତ ଥିବା ରୋମା କହିଛନ୍ତି । ବ୍ରିଟେନ, ଆମେରିକା, ୟୁଏଇ ପରି ଅନେକ ଦେଶ ଲକ୍ଷ ଲକ୍ଷ ଡୋଜ୍ ପାଇଁ ଆଗୁଆ ଚୁକ୍ତି କରିଛନ୍ତି । ତେବେ ଭାରତ କୌଣସି ଅଗ୍ରୀମ ଅର୍ଡର ଦେଇନାହିଁ । ଗୋଟିଏ ଫାଇଜର ଡୋଜ୍ ପାଇଁ ୩ ହଜାରରୁ ୩ ହଜାର ୭ ଶହ ଯାଏଁ ମୂଲ୍ୟ ଦେବାକୁ ହେଉଛି । ଏହା ଭାରତ ଭଳି ଜନବହୁଳ ଦେଶ ପାଇଁ ଖୁବ୍ ଅଧିକ ରେଟ୍ । ଏହା ସହ ଫାଇଜରର ଷ୍ଟୋରେଜ ପାଇଁ ଭିତ୍ତିଭୂମି ଦେଶର ପ୍ରସ୍ତୁତ ହୋଇପାରି ନାହିଁ ବୋଲି ଆଇସିଏମଆରର ପୂର୍ବତନ ନିର୍ଦ୍ଦେଶକ ଏନ.କେ ଗାଙ୍ଗୁଲି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ