Masthead

ଭାରତ ପାଇଁ ଫାଇଜର ଚାଲେଞ୍ଜ

ବ୍ରିଟେନ/ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଫାଇଜର ବୟୋଟେକ୍ କୋଭିଡ-୧୯ ଟିକାକୁ ଜରୁରୀକାଳୀନ ଅନିମୋଦନ କରିବାରେ ବ୍ରିଟେନ ପ୍ରଥମ ଦେଶ ହୋଇଛି । ସେପଟେ ଆମେରିକାର ଫାର୍ମ କହିଛି ଭାରତ ସରକାରଙ୍କ ସହ ମିଶି ସୁଯୋଗ ଖୋଜିବା ପାଇଁ ଏହା ପ୍ରତିଶ୍ରୁତିବଦ୍ଧ । ତେବେ ବିଶେଷଜ୍ଞ କହିଛନ୍ତି, ଏହି ଟିକା ଭାରତ ପାଇଁ ଚ୍ୟାଲେଞ୍ଜିଂ ହେବ । କାରଣ ଏଥିପାଇଁ ୭୦ ଡିଗ୍ରୀର ଷ୍ଟୋରେଜ ଆବଶ୍ୟକତା ହେଉଛି । ଫାଇଜର ମୁଖପାତ୍ର ରୋମା ନାୟର କହିଛନ୍ତି, ଭାରତ ସରକାରଙ୍କ ସହ କଥାବାର୍ତ୍ତା ଆଗକୁ ନେବାକୁ ଫାଇଜର କର୍ତ୍ତୃପକ୍ଷ ପ୍ରତିଶ୍ରୁତିବଦ୍ଧ । ପ୍ରତ୍ୟେକ ଦେଶର ଭିତ୍ତିଭୂମି ବୃଦ୍ଧି ପାଇଁ ବିଶ୍ୱର ସମସ୍ତ ସରକାରଙ୍କ ସହ କାର୍ଯ୍ୟ କରୁଛୁ । ଭାରତରେ ରୋଲଆଉଟ ପରିଚାଳନା ହୋଇପାରିବ ବୋଲି ସେ ନିଶ୍ଚିତ ଥିବା ରୋମା କହିଛନ୍ତି । ବ୍ରିଟେନ, ଆମେରିକା, ୟୁଏଇ ପରି ଅନେକ ଦେଶ ଲକ୍ଷ ଲକ୍ଷ ଡୋଜ୍ ପାଇଁ ଆଗୁଆ ଚୁକ୍ତି କରିଛନ୍ତି । ତେବେ ଭାରତ କୌଣସି ଅଗ୍ରୀମ ଅର୍ଡର ଦେଇନାହିଁ । ଗୋଟିଏ ଫାଇଜର ଡୋଜ୍ ପାଇଁ ୩ ହଜାରରୁ ୩ ହଜାର ୭ ଶହ ଯାଏଁ ମୂଲ୍ୟ ଦେବାକୁ ହେଉଛି । ଏହା ଭାରତ ଭଳି ଜନବହୁଳ ଦେଶ ପାଇଁ ଖୁବ୍ ଅଧିକ ରେଟ୍ । ଏହା ସହ ଫାଇଜରର ଷ୍ଟୋରେଜ ପାଇଁ ଭିତ୍ତିଭୂମି ଦେଶର ପ୍ରସ୍ତୁତ ହୋଇପାରି ନାହିଁ ବୋଲି ଆଇସିଏମଆରର ପୂର୍ବତନ ନିର୍ଦ୍ଦେଶକ ଏନ.କେ ଗାଙ୍ଗୁଲି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା