Masthead

କୁକି ସଂପ୍ରଦାୟର ୩ ଆଦିବାସୀ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ମଣିପୁର(ବଡ଼ ଖବର ବ୍ୟୁରୋ): ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ହିଂସା ଥମିବାର ନାଁ ଧରୁନି। ୨ ସପ୍ତାହ ବ୍ୟବଧାନ ପରେ ମଣିପୁରରେ ପୁଣି ତେଜିଲା ହିଂସା । କୁକି ସମ୍ପ୍ରଦାୟର ୩ ଆଦିବାସୀ ଯବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ନାଗା ବହୁଳ ଉଖରୁଲ ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ଉଖରୁଲ ଜିଲ୍ଲାର ଥୋୱାଇ କୁକି ଗ୍ରାମରେ ଗ୍ରାମବାସୀ ଏବଂ କିଛି ସଶସ୍ତ୍ର ଦୁର୍ବୃତ୍ତଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ୩ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି।

ପୋଲିସ ସୂଚନା ଅନୁଯାୟୀ କିଛି ସଶସ୍ତ୍ର ବ୍ୟକ୍ତି ଗାଁକୁ ଘେରି ଯାଇଥିଲେ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ସ୍ୱେଚ୍ଛାସେବୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ପୁଣି ଜାତିଆଣ ହିଂସା ବଢ଼ିବା ଆଶଙ୍କା କରାଯାଉଛି। ଆକ୍ରମଣକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ତଲାସୀ ଅଭିଯାନ ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ