Masthead

ଲଖିମପୁର ହିଂସା, ଆଜି ହାଜର ହୋଇପାରନ୍ତି ଆଶିଷ ମିଶ୍ରା

ଲଖିମପୁର (ବଡ଼ ଖବର ବ୍ୟୁରୋ): ଲଖିମପୁର ଖେରୀ ହିଂସା ମାମଲାରେ ଆଜି ପୋଲିସ ସାମ୍ନାରେ ହାଜର ହେବେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରା । ଗତକାଲି ତାଙ୍କୁ ପୋଲିସ ସାମ୍ନାରେ ହାଜର ହେବାକୁ ସମୟ ଦିଆଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପୋଲିସ ନିକଟରେ ହାଜର ହୋଇନଥିଲେ ଆଶିଷ ମିଶ୍ରା । ଏହାରି ଭିତରେ ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ତାଙ୍କ ପୁଅକୁ ନିର୍ଦ୍ଦୋଶ ବୋଲି କହିଛନ୍ତି । ଏହାସହ ସେ ଗଣମାଧ୍ୟମକୁ କହିଛନ୍ତି, ଆମକୁ କାନୁନ ଉପରେ ସମ୍ପୂର୍ଣ୍ଣ ଭରସା ଅଛି ।

ମୋ ପୁଅ ନିର୍ଦ୍ଦୋଶ । ତାକୁ ଗୁରୁବାର ପୋଲିସ ନିକଟରେ ହାଜର ହେବାକୁ ନୋଟିସ ମିଳିଥିଲା । କିନ୍ତୁ ତାର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେଥିପାଇଁ ସେ ଶନିବାର ଅର୍ଥାତ୍ ଆଜି ପୋଲିସ ନିକଟରେ ହାଜର ହୋଇ ନିର୍ଦ୍ଦୋଶ ବୋଲି ପ୍ରମାଣ ଦେବେ । ସେପଟେ ଏହି ହିଂସା ମାମଲାକୁ ନେଇ ସରଗରମ ହୋଇଛି ରାଜନୀତି । ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିରୋଧି କହିଛନ୍ତି, ଯେ ପର୍ଯ୍ୟନ୍ତ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ପଦରୁ ଅଜୟ ମିଶ୍ରା ଇସ୍ତଫା ଦେଇନାହାନ୍ତି, ସେ ପର୍ଯ୍ୟନ୍ତ ସଠିକ ଭାବେ ତଦନ୍ତ ହେବ ନାହିଁ ।

ତେଣୁ ସେ ତୁରନ୍ତ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ । ସେପଟେ ଏହି ମାମଲାରେ ଗତକାଲି ସୁପ୍ରିମକୋର୍ଟ ଏପର୍ଯ୍ୟନ୍ତ ଦୋଷୀକୁ ଗିରଫ ନ କରିବା କାରଣରୁ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ହିଂସା ମାମଲାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ସନ୍ତୋଷଜନକ ନୁହେଁ । ହତ୍ୟା ଅଭିଯୁକ୍ତଙ୍କୁ ଧରିବା ପାଇଁ ଏମିତି ସମନ କରାଯାଏ କି ବୋଲି ପ୍ରଶ୍ନ ପଚାରିଥିଲେ ସର୍ବୋଚ୍ଚ ଅଦାଲତ । ଏହାସହ ତଦନ୍ତ ବେଳେ କୌଣସି ପ୍ରମାଣ ଯେମିତି ନଷ୍ଟ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଡିଜିପିଙ୍କୁ ପରାମର୍ଶ ଦେଇଛନ୍ତି କୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା