Masthead

ତିନି ଦିନରେ ମିଳିବ ଖୁସି ଖବର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ ମାତ୍ର ୩ ଦିନ ଅପେକ୍ଷା । ଚାଷୀ ହୋଇ ଯିବେ ଖୁସି । ମିଳିବ ୧୭ତମ କିସ୍ତି । କୃଷକଙ୍କ ଆକାଉଣ୍ଟକୁ ଆସିବ ୨ ହଜାର ଟଙ୍କା । ପିଏମ କୃଷକ ଯୋଜନାର ୧୭ତମ କିସ୍ତିକୁ ଅପେକ୍ଷା କରି ରହିଛନ୍ତି ଦେଶର କୋଟି କୋଟି କୃଷକ । ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ ପରେ ମୋଦୀ କୃଷକଙ୍କ ପାଇଁ ବଡ଼ ଉପହାର ଭେଟି ଦେଇଛନ୍ତି । ତେବେ ଆଗାମୀ ସପ୍ତାହରେ ଏହି ଯୋଜନାର ୧୭ତମ କିସ୍ତି ଜାରି କରିବା ନେଇ ମଧ୍ୟ ଘୋଷଣା ହୋଇଯାଇଛି ।

ଜୁନ୍ ୧୮ ତାରିଖରେ ଏହି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ଜାଣିବାକୁ ମିଳିଛି । । କେନ୍ଦ୍ରରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଢିବା ପରେ ଜୁନ୍ ୧୮ ତାରିଖରେ ପ୍ରଥମ ଥର ପାଇଁ ବାରାଣସୀ ଯାତ୍ରା କରିବେ । ଏଠାରେ ଏକ ସମ୍ବୋଧନ ସଭାରେ ଯୋଗ ଦେବା ସହିତ ପିଏମ କିସାନ ଯୋଜନାର ୧୭ତମ କିସ୍ତି ଜାରି କରିବେ ପିଏମ ମୋଦି । ଏହି ଯୋଜନାରେ ଦେଶର ମୋଟ ୯.୩ କୋଟି କୃଷକଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯିବ ।

ତେବେ ଅନଲାଇନରେ କିପରି ଚେକ୍ କରିବେ ଷ୍ଟାଟସ?
୧. ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ
୨. ବେନିଫିସିଆରୀ ଷ୍ଟାଟସ ଅନଲାଇନ ପେଜକୁ ଯାଆନ୍ତୁ
୩. ଏହାପରେ ନିଜ ଆଧାର ନମ୍ବର ବା ଆକାଉଣ୍ଟ ନମ୍ବର ଦିଅନ୍ତୁ
୪. ବର୍ତ୍ତମାନ ‘ଗେଟ୍ ଡାଟା’ ଅପ୍ସନରେ କ୍ଲିକ କରନ୍ତୁ
୫. ଏହାପରେ ବେନିଫିସିଆରୀ ଷ୍ଟାଟସକୁ ଦେଖି କ୍ଲିକ କରନ୍ତୁ
୬. ଏହାପରେ ପେମେଣ୍ଟ ଷ୍ଟାଟସ ଚେକ୍ କରନ୍ତୁ ଏବଂ କ୍ଲିକ କରନ୍ତୁ
୭. ଏହି ପ୍ରକ୍ରିୟା ପୂରଣ ହେବା ପରେ ଆପଣଙ୍କ ସ୍କ୍ରିନରେ ବେନିଫିସିଆରୀ ଷ୍ଟାଟସ ଦେଖିବାକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ