Before Header

ଆଇ ହେଟ୍ ୟୁ ଦ ମୋଷ୍ଟ, ଇନ ଦ ୱାର୍ଲ୍ଡ….

କାହିଁକି ଏମିତି ଲେଖିଥ୍‌ଲେ ବିଦ୍ୟାଭାରତୀ

0 72

ଗଜପତି (ବଡ଼ ଖବର ବ୍ୟୁରୋ): ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲରେ ସାମ୍ନକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ମିଳିଥିବା ନାରଙ୍ଗୀ ରଙ୍ଗର କାଗଜକୁ ନେଇ ବଢୁଛି ସନ୍ଦେହ । ଆଇ ହେଟ୍ ୟୁ ଦ ମୋଷ୍ଟ, ଇନ ଦ ୱାର୍ଲ୍ଡ । ଗଡ ପ୍ଲିଜ ଗଡ଼ ପାର୍ଡନ ମି । ଗୋଟିଏ ଗୋଟଏ ଡିସିସନ କେମିତି ଜଣଙ୍କ ଲାଇଫ ସ୍ପଏଲ କରିଦିଏ । ଆଣ୍ଡ ଆଇ ସ୍ପଏଲ ମାଇଁ ଲାଇଫ ଫର ଅଲ ମାଇଁ ଷ୍ଟୁପିଡ ଡିସିସନ । କେମିତି ଆଉ ତିନିଟା ଦିନ କଟିବ ଆଟଲିଷ୍ଟ ୧୨-୧୫ଦିନ ମୁଁ ଟିକେ ଶାନ୍ତିରେ ରହିବି । ନାରଙ୍ଗି ରଙ୍ଗର କାଗଜରେ ଓଡ଼ିଆ ଓ ଇଂଲିସ ଭାଷାରେ ବିଦ୍ୟାଭାରତୀ ଲେଖିଥିବା ଏହି କେଇ ପଦ କଥାକୁ ନେଇ ଏବେ ବଢୁଛି ସନ୍ଦେହ । କାହିଁକି ଏଭଳି ଲେଖିଲେ ବିଦ୍ୟାଭାରତୀ ? ଏମିତି କେଉଁ କାରଣ ପାଇଁ ବିଦ୍ୟାଭାରତୀ ନିଜ ଜୀବନ ନଷ୍ଟ ହୋଇଯାଇଥିବା କଥା କହିଛନ୍ତି । ଆଉ ଦୁଇ ତିନ ଭିତରେ ଏମିତି କ’ଣ ଘଟିଥାନ୍ତା ଯେ ବିଦ୍ୟାଭାରତୀ ଶାନ୍ତିରେ ରହି ପାରନ୍ତେ ? ଏହାକୁ ନେଇ ଏବେ ସୃଷ୍ଟି ହୋଇଛି ସସପେନ୍ସ । ସେପଟେ ମନ ଖରାପ ଥିଲେ ଏମିତି ସବୁବେଳେ ଲେଖୁଥିବା ସ୍ୱିକାର କରିଛନ୍ତି ବିଦ୍ୟାଭାରତୀ ।

ଚିଠି ସହ ସୌମ୍ୟ ମୃତ୍ୟୁର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି । ଖାଲି ସେତିକି ନୁହେଁ ମୃତ୍ୟୁ ପୁର୍ବରୁ ସୌମ୍ୟ କରିଥିବା ଏଗ୍ରିମେଣ୍ଟ ବିଷୟରେ ସେ କିଛି ଜାଣି ନଥିବା ମଧ୍ୟ କହିଛନ୍ତି । ସୌମ୍ୟଙ୍କ ସେଭଳି କିଛି ସମ୍ପତି ମଧ୍ୟ ନଥିବା ସେ ମିଡିଆ ଆଗରେ କହିଛନ୍ତି । ବିଦ୍ୟାଭାରତୀଙ୍କ ଏହି ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟଙ୍କ ମାଆ ।
ଦିନକୁି ଦିନ ଅଡୁଆ ଖିଅ ଭିତରକୁ ଠେଲି ହୋଇଯାଉଛି ସୌମ୍ୟ ମୃତ୍ୟୁ ମାମଲା । ମୃତ୍ୟୁର ୯ଦିନ ପରେ ବି ସୌମ୍ୟ ମୃତ୍ୟୁ ମାମଲା ଉପରୁ ହଟୁନି ପରଦା । ପୋଲିସ ତଦନ୍ତକୁ ଜୋରଦାର କରୁଥିବା ବେଳେ ଏଥିରେ କ୍ରାଇମବ୍ରାଞ୍ଚ ସହଯୋଗ କରୁଛି । ବିଦ୍ୟାଭାରତୀ, ସୌମ୍ୟଙ୍କ ପରିବାର, ବନ କର୍ମଚାରୀ ଓ ରୋଷେୟାଙ୍କୁ ମାରଥନ ଜେରା ପରେ ଏବେ ସ୍କାନରରେ ଅଛନ୍ତି ଡିଏଫଓ । ଡିଏଫଓଙ୍କୁ ଖୁବଶୀଘ୍ର ଜେରା କରାଯିବ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ଗଜପତି ଏସପି । ସେପଟେ ସୌମ୍ୟଙ୍କୁ ମେଡିକାଲ ନେବା ବାଟରେ ଗାଡିକୁ ଅଟକାଇ ଥିବା ଓଆଇସି ମମତା ପଣ୍ଡାକୁ ମଧ୍ୟ ଜେରା କରିବ ପୋଲିସ । ଡ୍ୟୁଟି ଛାଡି ମମତା ସେଠାକୁ କାହିିଁକି ଗଲେ ? କାହା ଅନୁମତିରେ ଗୋଟେ ଥାନାରୁ ଅନ୍ୟ ଥାନାର ମାମଲାରେ ମମତା ମୁଣ୍ଡ ପୁରାଇଲେ ? ଆଉ ବିଦ୍ୟାଭାରତୀଙ୍କ ସହ ମମତାଙ୍କ କ’ଣ ସମ୍ପର୍କ ରହିଛି ତାକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଗଜପତି ଏସପି । ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ନେଇ ସରକାରୀ ସ୍ତରରେ କୌଣସି ଘୋଷଣା କରାଯାଇନଥିବା ବେଳେ କେବଳ ସହଯୋଗ ପାଇଁ ଏଠାକୁ ଟିମ୍ ଆସିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଏଯାଏଁ କ୍ରାଇମବ୍ରାଞ୍ଚ ଟିମ୍ ଏସପିଙ୍କୁ ଭେଟି ଆଲୋଚନା କରିବା ସହ ପ୍ରାକ ପ୍ରସ୍ତୁତି କରିଛନ୍ତି । କିନ୍ତୁ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ବିବେକାନନ୍ଦ ସ୍ଵାଇଁ ଅଧିକ ତଦନ୍ତ ପାଇଁ ଖଇରା ଏବଂ କପ୍ତିପଦା ଗସ୍ତରେ ଯାଇଛନ୍ତି । ପାରଳାଖେମୁଣ୍ଡି ଫେରିନାହାନ୍ତି । ତେଣୁ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଅପେକ୍ଷା କରି ରହିଥିବା ସୂଚନା ଦେଇଛନ୍ତି କ୍ରାଇମବାଞ୍ଚ ଟିମର ନେତୃତ୍ବ ନେଇଥିବା ଡିଏସପି ବିଜୟ କୁମାର ମଲ୍ଲିକ । ସୌମ୍ୟ ମୃତ୍ୟୁ ମାମଲାରେ ପ୍ରତିଦିନ ସମ୍ନାକୁ ଆସୁଛି ନୁଆଁ ନୁଆଁ ତଥ୍ୟ ।

ସ୍ତ୍ରୀ ଓ ପରିବାର ଲୋକଙ୍କ କଥାରେ ରହୁନି ତାଳମେଳ । ଆରୋପ ପ୍ରତ୍ୟାରୋପ ଭିତରେ ଅଡୁଆ ସୁତା ଭଳି ଗୁନ୍ଥି ହୋଇଯାଉଛି ସୌମ୍ୟ ମୃତ୍ୟୁ ରହସ୍ୟ । କେମିତି କାହିିଁକି କେଉଁଠି ଘଟିଲା ସୌମ୍ୟଙ୍କ ମୃତ୍ୟୁ ? ଏହା ହତ୍ୟା ନାଁ ଆତ୍ମହତ୍ୟା ? ଯଦି ହତ୍ୟା କିଏ କଲା ସୌମ୍ୟଙ୍କୁ ମର୍ଡର ? ଯଦି ଆତ୍ମହତ୍ୟା ତାହାଲେ କ’ଣ ପାଇଁ ଏଭଳି ଚରମ ନିଷ୍ପତି ନେଲେ ଏହି ଯୁବ ଅଫିସର । ଏସବୁର ଖିଅ ଖୋଜିବା ପାଇଁ ନାକେଦମ ହୋଇ ସାରିଲାଣି ଗଜପତି ପୋଲିସ । ତେବେ କେବେ ଖୋଲିବ ସୌମ୍ୟ ମୃତ୍ୟୁ ରହସ୍ୟ ତାକୁ ଏବେ ସାରା ରାଜ୍ୟବାସୀ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.